ସୋରଡାରେ ଗଡ଼ିଲା ଜୟ ଶ୍ରୀରାମ ରଥ

0
336

ଭଞ୍ଜନଗର/ସୋରଡ଼ା ( ନିଲୁ ବିଷୋୟୀ ) -ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ଗଡ଼ିଲା ଜୟ ଶ୍ରୀରାମ ରଥ । ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ଗଠନ ହେବାକୁ ଯାଉଅଛି। ଉକ୍ତ ମନ୍ଦିର ନିର୍ମାଣ ସକାଶେ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଭକ୍ତ ମାନଙ୍କୁ ନିବେଦନ କରାଯାଉଅଛି । ଏହି ରଥ ଶ୍ରୀରାମ ଭୂମି ମନ୍ଦିର ନିଧି ସମର୍ପଣ ସମିତି , ସୋରଡା ପ୍ରଖଣ୍ଡ ତରଫରୁ ଆୟୋଜିତ ହୋଇଥିଲା । ଏହି ରଥ କୁ ସ୍ଥାନୀୟ ଲୋକେ ପୁଷ୍ପମାଲ୍ୟ ଦେବା ସହ ପୂଜାର୍ଚ୍ଚନା ଓ ଆଳତି କରି ଜୟ ଶ୍ରୀରାମ ଧ୍ୱନି ରେ ରଥକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଶିଶିର ଦାସ,ଉପେନ୍ଦ୍ର ନାଥ ପାତ୍ର, ଅମ୍ବିକା ଦାଶ,ଲଡୁ କିଶୋର ଦାସ,ସୁଶାନ୍ତ ସାହୁ ଓ ବହୁ RSS କର୍ମକର୍ତ୍ତା ଯୋଗ ଦେଇଥିଲେ । ଶ୍ରୀ ଦାସ କହିବାନୁଯାୟୀ ଏହି ରଥ କୁ ସୋରଡା ର ପ୍ରତେକ ସାହି ଓ ଆଖପାଖ ସମସ୍ତ ଗ୍ରାମ 26ଟି ପଞ୍ଚାୟତ ପ୍ରଚାର ପାଇଁ ପରିଭ୍ରମଣ କରିବ ।

LEAVE A REPLY

Please enter your comment!
Please enter your name here