ଶ୍ରୀ କପିଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କଲେ ବିଧାୟକ

0
330

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମରେ ଜାନୁଆରୀ ୧୮ ତାରିଖ ଦିନ ଆରମ୍ଭ ହୋଇଥିବା ଶ୍ରୀ କପିଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କରଚୁଲି ମଠ ମହନ୍ତ ନିତ୍ୟାନନ୍ଦ ମହାରାଜ, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, କରଚୁଲି ସରପଞ୍ଚ ଧୋବା ପ୍ରଧାନ, ସମିତି ସଭ୍ୟା ପଦ୍ମଶ୍ରୀ ପାତ୍ର, ତାକରଡ଼ା ପୂର୍ବତନ ସମିତି ସଭ୍ୟ ମୁକୁନ୍ଦ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚ ପଞ୍ଚଭୂତି ଟିମ୍ ଓ କରଚୁଲି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଖେଳପ୍ରେମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here