ବାରୁଡା କ୍ଳଷ୍ଟର ତରଫରୁ କୋଭିଡରେ ମୃତ ଶିକ୍ଷକ କୁଶଧ୍ବଜ ଙ୍କ ପରିବାରକୁ ସହାୟତା

0
418

ଭଞ୍ଜନଗର(ନିଲୁ ବିଷୋୟୀ) କୋଭିଡ-୧୯ ରେ ମୃତ ଶିକ୍ଷକ ଶ୍ରୀ କୁଶଧ୍ବଜ ସେଠୀଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଛନ୍ତି ବାରୁଡା କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଗଣ ଙ୍କ ପ୍ରତିନିଧି ଶିକ୍ଷକ ଶ୍ରୀ ପାଣ୍ଡବ ସେଠୀ, ଶ୍ରୀ ନିଳାଦ୍ରୀ ବିହାରୀପଟ୍ଟନାୟକ ,ଶ୍ରୀ ଉମାକାନ୍ତ ମିଶ୍ର ,ଶ୍ରୀସଞ୍ଜୟ କୁମାର ପ୍ରଧାନ, ଶ୍ରୀ ସୁଧିର କୁମାର ବେହେରା ଙ୍କ ସମେତ ବାରୁଡା କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ଆଦିକନ୍ଦ ଗୌଡ ଏବଂ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ତ୍ରିନାଥ ବେହେରା । ଆର୍ଥିକ ସହଯୋଗ ରୂପେ ସଂଗୃହିତ ଟ.28600.00 ( ଅଠେଇଶି ହଜାର ଛଅଶହ) ପ୍ରଦାନ କରିବା ସହ ପରିବାର ବର୍ଗଙ୍କୁ ସମେବେଦନା ଜଣାଇ ସ୍ବର୍ଗତ କୁଶଧ୍ବଜ ସାର୍ ଙ୍କ ଅମର ଆତ୍ମାର ମୁକ୍ତି ପାଇଁ ନୀରବ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ତାଙ୍କ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ କରିବା ସକାଶେ ମୃତ ଶିକ୍ଷକଙ୍କ ପତ୍ନୀଙ୍କ ଆନ୍ଧ୍ର ବ୍ୟାଙ୍କ ଏକାଉଣ୍ଟ ନମ୍ବର-006510100120000 ,ଆଇ.ଏଫ୍.ଏସ୍.ସି କୋଡ- ANDB0000065,(ପତ୍ନୀଙ୍କ ନାମ-ବିଉଟି ଲତା ସେଠୀ) ଭଞ୍ଜନଗର ଶାଖା , କୁ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ ପ୍ରଦାନ କରିବା ପାଇଁ ସମଗ୍ର ଶିକ୍ଷକ ସମାଜ ଓ ସର୍ବ ସାଧାରଣଙ୍କୁ ସମସ୍ତେ ନିବେଦନ କରିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କ ପରିବାର ର ଅସମୟରେ ଯେଉଁ ସବୁ ଶିକ୍ଷକ, ଶିକ୍ଷୟିତ୍ରୀ, ସି.ଆର୍.ସି.ସି ,ବି.ଇ.ଓ , ବି.ଆର୍.ସି.ସି ଓ ବି.ଇ.ଓ ଅଫିସ ଷ୍ଟାଫ ପହଞ୍ଚି ସହଯୋଗ କରିଛନ୍ତି ସମସ୍ତଙ୍କୁ ତାଙ୍କ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି

LEAVE A REPLY

Please enter your comment!
Please enter your name here