ପୁରୋଷତ୍ତମପୁର ରେ ଅର୍ଥନୈତିକ ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
706

ପୁରୋଷତ୍ତମପୁର ,୧୨/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଅର୍ଥନୈତିକ, ପୁରୋଷତ୍ତମପୁର ଚଳିତ ଅର୍ଥ ନୈୟତ ଜନଗଣନା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ଭାରତ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଜନସେବା କେନ୍ଦ୍ର ମାଧ୍ୟମରେ ଏହି ଗଣନା କାର୍ଯ୍ୟ ସମ୍ପାଦନା ହେବ । ଜନ ସେବା କେନ୍ଦ୍ର ପରିଚାଳକ ସୁପରଭାଇଜର ଏବଂ ତାଙ୍କ ଅଧୀନରେ ଗଣନାକାରୀ ଭାବେ ଶିକ୍ଷିତ ଯୁବକଯୁବତୀ ମାନେ ପଞ୍ଜିକୃତ ହୋଇଛନ୍ତି। ଏଥି ପାଇଁ ପୂର୍ବରୁ ସେମାନଙ୍କ ର ଅନଲାଇନ ମାଧ୍ୟମରେ ପରୀକ୍ଷା କରାଯାଇ ଯୋଗ୍ୟ ଗଣନା କାରୀ ମାନଙ୍କୁ ଭାରତ ସରକାରଙ୍କ ପରୀସଂଖ୍ୟାନ ବିଭାଗ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ସିଷ୍ଟମ ତଥା ଏକ ମୋବାଇଲ ଆପରେ ଏହି ଗଣନା କାର୍ଯ୍ୟ ଶେଷ ହେବ।

ଆଜି ଏଥି ପାଇଁ ରାଜୀବ ଗାନ୍ଧି ଜନ ସେବା କେନ୍ଦ୍ର(ବଡ ଖରିଡା)ପରିସର ରେ ଗଂଜାମ ଜିଲ୍ଲା ସି ଏସ ସି ସହ ପରିଚାଳକ ରୋଜିତ କୁମାର ରାଉତ ଙ୍କ ତତ୍ୱବାଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରୀ ରାଉତ ବିସ୍ତୃତଭାବେ ସୁପରଭାଇଜର ଓ ଏନୁମେଣ୍ଟର ପ୍ରଶିକ୍ଷଣ ଦେଇଥିଲେ।ପୁରସତମପୁର ସି ଏସ ସି ବ୍ଲକ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ସମ୍ପାଦକ ଶ୍ରୀ ମନୋଜ କୁମାର ବାଡତୀୟା ଓ ସୁପରଭାଇଜର ଶିଶିର କୁମାର ପରିଡା, ସୁରେଶ ପଣ୍ଡା, ଶ୍ରୀହରି ବେହେରା, ସୁଧାଂଶୁ ଦାସ, ବାସୁଦେବ ସେଠି, ପ୍ରଫୁଲ୍ଲ ପଣ୍ଡା, ମାଧବୀ ମହାରଣା, ଝିଲ୍ଲୀଵାଳା ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ । ବ୍ଲକର ୨୬ଟି ପଞ୍ଚାୟତରୁ ୧୪୦ରୁ ଉର୍ଦ୍ଧ ସୁପରଭାଇଜର ଓ ଏନୁମେଣ୍ଟର ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here