ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଶିକ୍ଷଣ ଶିବିର ଓ ରାମ ଜନ୍ମଭୂମି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କାର୍ଯ୍ୟକ୍ରମ

0
344

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠନିକ ଜିଲ୍ଲା ର ବେଗୁନିଆପଡା, ଅଙ୍ଗାରଗାଁ ମଣ୍ଡଳ ର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ କେ.ବରିଡା ସ୍ଥିତ ଅମରେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ରବୀନ୍ଦ୍ର ନାଥ ମିସ୍ତ୍ରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ପଣ୍ଡା ପ୍ରଦ୍ୱୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ | ଉକ୍ତ ଶିବିରରେ ମଣ୍ଡଳ ପ୍ରଶିକ୍ଷଣ ସଂଯୋଜକ ଶ୍ରୀ ପବିତ୍ର କୁମାର ନାୟକ ପ୍ରଶିକ୍ଷଣ ଦେବା ସହ ବରିଷ୍ଠ ଆଇନଜୀବୀ ଶ୍ରୀ ଗୋବିନ୍ଦ ଆଚାର୍ଯ୍ୟ ବି ଜେ ପି ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସିମାଞ୍ଚଳ ମହାନ୍ତି, ଯଦୁନାଥ ମହାନ୍ତି, ଲଲାଜୀ ଦୋରା, ପ୍ରଶନ ଶତପଥୀ, ନିରଞ୍ଜନ ପାଣିଗ୍ରାହୀ, ଜୟାଶେନ ପରିଡା, ଜଗନ୍ନାଥ ପଣ୍ଡା, ରଞ୍ଜନ, ସତ୍ୟବାଦୀ ସାହୁ, ରାମକୃଷ୍ଣ ଜେନା, କପିଳ ଡାକୁଆ, ସୁଦାମ ଭୋଇ, ଚନ୍ଦ୍ର ମୋହନ ଜେନା, ସୁଶାନ୍ତ କୁମାର ଜେନା, ଅଧୀନ ପଢିଆଳି ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here