ବୁଗୁଡା ଥାନା ପକ୍ଷରୁ “ଆମ ପୋଲିସ ସମିତି” ବୈଠକ

0
225

ବୁଗୁଡା : ବୁଗୁଡା ପୋଲିସ ଥାନା ପକ୍ଷରୁ ନିମପଦର ଗ୍ରାମରେ ସେପ୍ଟେମ୍ବର ୧୫ ତାରିଖ ଦିନ “ଆମ ପୋଲିସ ସମିତି” ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବୁବୁଡ ପୋଲିସ ଥାନା ଆରକ୍ଷୀ ନିରୀକ୍ଷଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ବୁଗୁଡା ଥାନା ଉପ ଆରକ୍ଷୀ ନିରୀକ୍ଷକ କାହ୍ନୁ ଚରଣ ବାରିକ, ନିମପଦର ପଞ୍ଚାୟତ ସମିତି ସଭ୍ୟ, ନିମପଦର ଗ୍ରାମ୍ୟ କମିଟି ସଭାପତି ଯୋଗଦେଇ ଥିଲେ। ଉପସ୍ଥିତ ଗ୍ରାମବାସୀଙ୍କୁ ଆଇଆଇସି ଶ୍ରୀ ବେହେରା ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଗ୍ରାମକୁ ସଫାସୁତୁରା ରଖିବା, ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା, ବାଲ୍ୟ ବିବାହ ନକରିବା, ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ ନକରିବା ପ୍ରଭୃତି ବିଷୟରେ ସଚେତନତା କରାଇଥିଲେ। ଗ୍ରାମବାସୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହ ମୋଚନ କରିଥିଲେ। ପୋଲିସ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here