ବିରଳ ଗରୁଡ ପକ୍ଷୀ ଦେଖିବାକୁ ମିଳିଛି ମୈଦାଲପୁର ମାଝିଗୁଡା ଅଞ୍ଚଳରେ

0
868

ଡାବୁଗାଁ(ଗଗନ ଗନ୍ତାୟତ) ଦୀର୍ଘ ଦିନ ଧରି ଦେଖିବାକୁ ମିଳୁନଥିଲା ଗରୁଡ ପକ୍ଷୀ । ମନେ ହେଉଥିଲା ଲୋପ ପାଇ ଯାଇଛି ଗରୁଡ ବଂଶ । ଡାବୁଗାଁ ବନାଞ୍ଚଳ ଅଧିନସ୍ତ ମୈଦାଲପୁର ଫୋରେଷ୍ଟ ଅନ୍ତର୍ଗତ ମାଝିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ବିରଳ ଗରୁଡ ପକ୍ଷୀ । ମାଝିଗୁଡା ଗ୍ରାମର ଗୋଟିଏ ଗଛ କଟା ହେବା ପରେ ସେଠାରୁ ପାଞ୍ଚଟି ଗରୁଡ଼ ପକ୍ଷୀ ଉଦ୍ଧାର କରା ଯାଇଥିଲା ।ସେଥିମଧ୍ୟରୁ ଦୁଇଟି ଗରୁଡ ପକ୍ଷୀ ମୋରିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତିନଟି ଶାବକ ବଞ୍ଚିଥିବା ସୂଚନା ମିଳିଛି ।ଗରୁଡ ପକ୍ଷୀ ଉଦ୍ଧାର ହାଇଥିବା ଖବର ଏବେ ବିଦ୍ୟୁତ ବେଗରେ ପ୍ରଚାରିତ ହେବା ପରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଦେଖିବାକୁ ଶତାଧିକ ଲକଙ୍କ ଭିଡ ସେହି ସ୍ଥାନରେ ।ଡାବୁଗାଁ ବନବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦାୟିତ୍ୱରେ ଅବହେଲା ଫଳରେ ଜଙ୍ଗଲ କ୍ଷେୟହେଇ ବର୍ତ୍ତମାନ ଏଭଳି ଅନେକ ଜୀବଜନ୍ତୁ ବିଲୁପ୍ତ ହେବାକୁ ବସିଲେନି ।ଗରୁଡ ବଂଶ ଧିରେ ଧିରେ ବିଲୁପ୍ତ ପାଇବାରେ ଲାଗିଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବି ମାନେ ଗରୁଡ ପକ୍ଷୀର ସୁରକ୍ଷା ନିମନ୍ତେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here