ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ଏବଂ ପ୍ରାଣୀ ଚିକିତ୍ସକ ନିଯୁକ୍ତି ପାଇଁ ପିପୁଲ ଫର ଦି ପବ୍ଲିକ୍ ତରଫରୁ ଦାବିପତ୍ର

0
307

ବ୍ରହ୍ମପୁର()ବ୍ରହ୍ମପୁର ଠାରେ ଏକ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ଏବଂ ଆବଶ୍ୟକ ସଂଖ୍ୟକ ପ୍ରାଣୀ ଚିକିତ୍ସକ ନିଯୁକ୍ତି ପାଇଁ ପିପୁଲ ଫର ଦି ପବ୍ଲିକ୍ ତରଫରୁ ଏକ ଦାବିପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ବିଟ୍ ଓ ଇମେଲ ମାଧ୍ୟମରେ ଦାଖଲ କରାଯାଇଛି । ପ୍ରକାଶ ଥାଉ କି, ୨୦୧୮ ମସିହାରେ ରାଜ୍ୟ ସରକାର ବ୍ରହ୍ମପୁର ମହାନଗର ନିଗମ ପାଇଁ ମାଗଣା ପ୍ରାଣୀ ହେଲ୍ପଲାଇନ ନମ୍ୱର ଜାରି କରିଥିଲେ । ଏବଂ ସମୟାନୁକ୍ରମେ ଦୁର୍ଘଟଣା ଗ୍ରସ୍ତ ଓ ଅସହାୟ ଅବସ୍ଥାରେ ଥିବା ଗୋରୁଗାଈ ଓ ବୁଲା ପ୍ରାଣୀମାନଙ୍କୁ ଚିକିତ୍ସା ସୁବିଧାରେ ଦୁର୍ଘଟଣାସ୍ଥଳରେ ଦିଆଯାଉଛି କିନ୍ତୁ କିଛି ଜୀବଜନ୍ତୁ ଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା ଯାହା ପ୍ରାଣୀ ଚିକିତ୍ସାଳୟ ମାଧ୍ୟମରେ ଦିଆଯାଇପାରିଥାନ୍ତା ତାହା ବ୍ରହ୍ମପୁର ଠାରେ ନଥିବା ହେତୁ ସମ୍ଭବପର ହୋଇପାରୁନାହିଁ। ଯାହାଦ୍ଵାରା ପ୍ରାଣୀ ମାନେ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥି ସହ ବ୍ରହ୍ମପୁର ଠାରେ ଅବସ୍ଥିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସକ ଓ ବହିଃ ଚିକିତ୍ସାଳୟ ବ୍ୟବସ୍ଥା ଥିବାବେଳେ, ଆବଶ୍ୟକ ସଂଖ୍ୟକ ପ୍ରାଣୀ ଚିକିତ୍ସକ ନଥିବା ହେତୁ, ରଙ୍ଗେଇଲୁଣ୍ଡା ବ୍ଲକ ର ପ୍ରାଣୀ ଚିକିତ୍ସକ ଙ୍କୁ ଅସ୍ଥାୟୀ ଭାବରେ ନିୟୋଜିତ କରାଯାଇ ବ୍ରହ୍ମପୁରର ପୋଷା ପ୍ରାଣୀ ଓ ବୁଲା ପ୍ରାଣୀମାନଙ୍କର ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here