ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ ,ବୁଗୁଡା ଟିମ୍ ଚମ୍ପିୟାନ

0
325

ପୋଲସରା(ଅନିଲ କୁମାର ମହାରଣା) ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମରେ ହେଉଥିବା ଶ୍ରୀ ଚୈତନ୍ୟ ଠାକୁର ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବୁଗୁଡା ଟିମ୍ ଓ ସାମନ୍ତରା ପଲ୍ଲୀ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା ଟିମ୍ ବିଜୟୀ ହୋଇ ଚମ୍ପିୟାନ ହୋଇଛି। ହେଣ୍ଡବଲ ଟୁର୍ଣ୍ଣାମେଣ୍ଟର ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ବୁଗୁଡା ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ସାମନ୍ତରା ପଲ୍ଲୀ ଟିମ୍ କୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ଜେନା, ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ଭୂୟାଁ ଓ ହରେରାମ ଖଟେଇ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here