ପାରଳାଖେମୁଣ୍ଡିରେ କିରୋସିନ୍ ଚାଳିତ ବସ୍ ଜବତ

0
301

ପାରଳାଖେମୁଣ୍ଡି,(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଆଜି ସକାଳୁ କିରୋସିନ୍ ଦ୍ୱାରା ଚାଳିତ ହେଉଥିବା ଏକ ବସ୍‌କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଷକ୍ରମେ ବସ୍‌କୁ ଖାଉଟି ଓ ଯୋଗାଣ ବିଭାଗ ଦ୍ୱାରା ଚଢାଉ କରିଥିଲେ । ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସୂଚନା ଦେଇଛନ୍ତି ଯେ, ଗଜପତି ଜିଲ୍ଲାର ଖାଣ୍ଡବା ଠାରୁ ପାରଳାଖେମୁଣ୍ଡି ଆସୁଥିବା ନଟରାଜ ବସ୍ (ଓଡି୧୮ ବି ୩୭୯୮)ଟି କିରୋସିନ୍ ଦ୍ୱାରା ଚାଲୁଥିବା ଅଭିଯୋଗ ହୋଇଥିଲା । ଏହାକୁ ରାଣୀପେଣ୍ଠ ଗ୍ରାମ ଠାରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ବସ୍‌ଟି କିରୋସିନ୍‌ରେ ଚାଲୁଛି ନା ନାହିଁ ତାହା ଅନୁଧ୍ୟାନ କରାଯାଇଥିଲା । ଏଥିରେ ଜଣାପଡିଲା ଯେ,ବସ୍‌ଟିର ଟ୍ୟାଙ୍କ୍‌ରେ କିରୋସିନ୍ ପକାଇ ବସ୍ ଚଳାଚଳ କରୁଥିବାରୁ ଏହି ବସ୍ ଜବତ୍ କରି ପାରଳାଖେମୁଣ୍ଡି ଥାନାକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here