ବେଲଗୁଣ୍ଠାରେ ତିନି ଶିକ୍ଷକଙ୍କ ସମେତ ଜଣେ ଆଧ୍ୟାପକଙ୍କ ଅବସର ଗ୍ରହଣ

0
259

ବେଲଗୁଣ୍ଠା: ସୋମବାର ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ତିନି ଜଣ ପ୍ରାଥମିକ ଶିକ୍ଷକଙ୍କ ସମେତ ଜଣେ ଅଧ୍ୟାପକ ଅବସର ଗ୍ରହଣ କରିଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ପଞ୍ଚାୟତର ବୋରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଲଲାଟେନ୍ଦୁ ପଟ୍ଟନାୟକ, ପାଇଲିପଡ଼ା ପଞ୍ଚାୟତ ବାରଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡ଼ୁ କିଶୋର ନାୟକ ଏବଂ ବାଲିଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦାସ ସେମାନଙ୍କ ସରକାରୀ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି I କୋଭିଡ କଟକଣା ହେତୁ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ନିମନ୍ତେ କେଉଁଠି ମଧ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ନଥିବା ବେଲେ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ତିନି ପ୍ରାଥମିକ ଶିକ୍ଷକଙ୍କ ଅବସରକାଳୀନ ସୁଖୀ ଜୀବନ ନିମନ୍ତେ ଶୁଭେଚ୍ଛା ଜଣାଇବା ସହିତ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା I ଏହା ସହିତ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ସମସ୍ତ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ସେହିପରି କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଁରାଜୀ ବିଭାଗ ଅଧ୍ୟାପକ ଡକ୍ଟର୍ ରାଜେନ୍ଦ୍ର ପ୍ରସାଦ ଡାକୁଆ ମଧ୍ୟ ସୋମବାର ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି I ପ୍ରାଧ୍ୟାପକ ଡ଼କ୍ଟର୍ ଡାକୁଆଙ୍କୁ ପୁରାତନ ଛାତ୍ର ସଂଗଠନ ତରଫରୁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରାଯାଇଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here