ଦିବଂଗତ ଅଧ୍ୟକ୍ଷଙ୍କୁ ଶ୍ରଦ୍ଧାଞ୍ଜଳୀ

0
312

ଗାଙ୍ଗପୁର/ବେଲଗୁଣ୍ଠI, ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନ ପରିସରରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକୁ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ ପରିଚାଳନା କରିଥିଲେ I ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ,ପ୍ରାଧ୍ୟାପକ କପିଳ ସାହୁ, ଦେବେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ I ଗତବର୍ଷ କଲେଜ ପ୍ରତିଷ୍ଠା ଉତ୍ସବ ଦିନ ତାଙ୍କର ଅକାଳ ବିୟୋଗ ଘଟିଥିଲା I ଦେବେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଯୁବ ରେଡକ୍ରସ୍ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଗିଲ ବିଜୟ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

LEAVE A REPLY

Please enter your comment!
Please enter your name here