ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ବିବେକାନନ୍ଦ ଜୟନ୍ତୀ ପାଳିତ

0
270

ବ୍ରହ୍ମପୁର()ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଗଳି ସ୍ଥିତ। ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ସିଟି ହସ୍ପିଟାଲ ରୋଡ ସ୍ଥିତ ଏନ ଜି ଓ ହଲରେ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସରରେ  ପ୍ରତ୍ୟୁଷରୁ ପାଣିଗ୍ରାହୀ ପେଣ୍ଠ ସ୍ଥିତ କାଳୀ ମନ୍ଦିର ରୁ ଏକ୍ ମଶାଲ ପୂଜା କରାଯାଇ ସମ୍ମାନ ର ସହ ବିଦ୍ୟା ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା। ତତ୍ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ପୂଜା ଅର୍ଚ୍ଚନା କରାଯାଇ ଏକ୍ ସଭାର ଆୟୋଜନ କରାଯାଇଥିଲା। ଦିବା ଦିନ ୨ ଟା ରୁ ସନ୍ଧ୍ୟା ୬ ଟା  ପର୍ଯ୍ୟନ୍ତ ବିବେକାନନ୍ଦ ଜୟନ୍ତୀ ପାଳନ ସହିତ ନରେନ କବିତା ସଂକଳନ ଓ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ର ର ଉନ୍ମୋଚନ କରାଯାଇ ଏକ୍ କବିତା ଆସର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସୁବାଷ ମହାରଣା, ସଂଘମିତ୍ରା ଦଳେଇ, ବନମାଳି ପ୍ରଧାନ,କପିଳ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ମହାନ୍ତି, ପ୍ରଜ୍ଞା ପଣ୍ଡା ମଞ୍ଚସ୍ଥ ଥିଲେ। ଦ୍ବିତୀୟ ଅଧିବେଶନ ରେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟର କୁଳପତି ଶ୍ରୀ ପ୍ରଫୁଲ୍ଲ ମହାନ୍ତି, ସାହିତ୍ୟକ ସୁଶାନ୍ତ ଦାଶ ଓ ଅଞ୍ଜଲି ଦାଶ ଗୋପାଳ ପଟ୍ଟନାୟକ, ସନ୍ୟାସୀ ମହାରଣା ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମକୁ ମିହିର ତ୍ରିପାଠୀ, ସୁଧୀର ପଣ୍ଡା, ଓ ପ୍ରିୟବ୍ରତ ମହାନ୍ତି ଗଣେଶ୍ୱର ମହାରଣା, ପ୍ରଶାନ୍ତ ସେନାପତି ସୁଧୀର ସାଥୁଆ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here