ବିଚ୍ଛିନ୍ନାଞ୍ଚଳରେ ବିବେକାନନ୍ଦ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

0
282

ବ୍ରହ୍ମପୁର()ସ୍ଥାନୀୟ କଳା ଓ କଳାକାର ହୀତୈଷୀ ମହମଞ୍ଚ ‘ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ତରଫରୁ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଚ୍ଛନ୍ନାଞ୍ଚଳରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆନ୍ଧ୍ର ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ଖିଲୋଈ ଗ୍ରାମରେ ବିବେକାନନ୍ଦ ଜୟନ୍ତି ଅବସରରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଓରଫ୍ ଏଙ୍କଟ ରାଓଙ୍କ ଦ୍ବାରା ପ୍ରଦତ୍ତ ମହାତ୍ମା ଗାନ୍ଧୀ, ଡ଼ଃ. ବି. ଆର୍. ଆମ୍ବେଦକର, ବୈଜ୍ଞାନିକ ଏ.ପି.ଜେ ଅବଦୁଲ କାଲାମଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସହ ସ୍ବାମୀ ବିବେକାନନ୍ଦଙ୍କ ପୂର୍ଣ୍ଣାଙ୍ଗ ଅବୟବ ପ୍ରତିମୂର୍ତ୍ତିକୁ ନିଜେ ଅନାବରଣ କରିବା ସହିତ ପ୍ରବାସୀ ଓଡିଆ ଭାଇ ଭଉଣୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ସାଧୁ କେଶବ ଚନ୍ଦ୍ର ଦାସ, ଏନ୍. ନାଗେଶ୍ୱର ରାଓ, ନାଲ୍ଲା ବାଳକୃଷ୍ଣ, ବୃନ୍ଦାବନ ନାଗେଶ୍ୱର, ଏ. ଶିବା, ନାଲ୍ଲା ନୀଳକଣ୍ଠ ରାଓ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଅମର ବାଣୀ ‘ଆତ୍ମ ମୋକ୍ଷର୍ଥମ୍ ଜଗତ ହିତାୟ’ ଆଧାରରେ ଜଗତ ହୀତ ଭିତରେ ଆତ୍ମା ମୋକ୍ଷ ପ୍ରାପ୍ତିର ମାର୍ଗକୁ ଆପଣେଇ ନେଲେ ଉଭୟ ବ୍ୟକ୍ତି ଓ ଜଗତର କଲ୍ୟାଣ ସାଧିତ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମହାସଚିବ ରୋଶନ୍ ଖିଲୋଇ ସନ୍ନିକଟ କଙ୍କଡାପୁଟୀ ଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅାବକ୍ଷ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ବର୍ଷିଆନ୍ ସମାଜସେବୀ କୋରା ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିବେକାନନ୍ଦ ଜୟନ୍ତୀ ପାଳନ ଉତ୍ସବ ପରିଚାଳନା କ୍ଷେତ୍ରରେ ଏନ୍. ଚନ୍ଦ୍ରଭୂଷଣ, ସଦାନନ୍ଦ ଗୌଡ଼, ମୀନକେତନ ସାହୁ, ହଂସ ଅନନ୍ତ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ କଂସ ମୋହନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here