ଆମପାଣି ଘାଟିରେ ବସ ଦୁର୍ଘଟଣା

0
779

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଓ କଳାହାଣ୍ଡି ସୀମାନ୍ତ ଆମପାଣି ଘାଟିରେ ଦିଲଖୁସ ନାମକ ଏକ ଘରୋଇ ବସ ଦୁର୍ଘଟଣା ଘଟି ଏଥିରେ ଥିବା ଦୁଇଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଦିଲଖୁସ ନାମକ ଘରୋଇ ବସ ହଟାତ ଏକ ବୁଲାଣି ନିକଟରେ ଭାରଶ୍ୟାମ ଓଲଟି ପଡିଥିଲା । ତେବେ ବସ ର ହେଲପର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଯାତ୍ରୀ ମାନେ ଅଳ୍ପକେ ବର୍ତି ଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥାନରେ ଆମପାଣି ପୁଲିସ ପହଞ୍ଚି ଯାତ୍ରୀ ମାନଙ୍କୁ ଉଧାର କରିବା ସହ ଆହତ ମାନଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here