ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

0
561

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁର) : ଭାରତୀୟ ମାନବାଧିକାର ସୁରକ୍ଷା ନ୍ୟାୟ ସଂଘ ଗଞ୍ଜାମ ଅଞ୍ଚଳ ଶାଖା ତରଫରୁ ଭଞ୍ଜନଗର ନୁତନ ବସଷ୍ଟାଣ୍ଡ ଓ ଆଖ ପାଖ ଅଞ୍ଚଳରେ ସଫେଇ କରାଯାଇଛି । ଏଥି ସହ ଆଖ ପାଖ ଦୋକାନୀ ମାନଙ୍କୁ ସ୍ୱଚ୍ଛତା ରଖିବା ଓ ପଲିଥିନ ବ୍ୟବହାର ନକରିବା ଓ ପ୍ରତି ଦିନ ଅଳିଆ ଆବର୍ଜନା ସ୍ଥାନ ସଫା ରଖିବାକୁ ସଚେତନତା କରାଯିବା ସହ ପରାମର୍ଶ ଦିଆଯାଇଛି । ଉକ୍ତ କାଯ୍ୟକର୍ମରେ ମାନବାଧିକାର ସୁରକ୍ଷା ପରିଷଦ ଗଞ୍ଜାମ ଜିଲା ଶାଖାର ସଭାପତି ଏସ.ଦୁର୍ଗା ପ୍ରସାଦ ଆଚାରି , ସଂପାଦକ ରାଜେଶ କୁମାର ନାୟକ ଓ ଅନ୍ୟାନ୍ୟ ସଦସ୍ୟ ପ୍ରାସଦ କୁମାର ଆଚାରି , ବେଣୁଧର ସାହୁ, ଶିବାନନ୍ଦ ମହାପାତ୍ର ,ରବୀନ୍ଦ୍ର କୁମାର ସାହୁ ଓ ଭଞ୍ଜନଗର ଶାଖାର ଉପସଭାପତି ବଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here