ବିଡମ୍ବନା: ଓଡ଼ିଆ ଦାଦନ ଶ୍ରମିକ ବସନ୍ତଙ୍କ ଫେରିବା ବାଟକୁ ଚାହିଁଥିଲେ ପରିବାର ବର୍ଗ; ମୃତ୍ୟୁର ଦୀର୍ଘ ୯ଦିନ ପରେ ସୁଦୂର ଦୁବାଇରୁ ଆସିଲା ମରଶରୀର।

0
629

ଖଲ୍ଲିକୋଟ,୧୦/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଦୁବାଇର ଅବିଧାବିରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଦାଦନ ଶ୍ରମିକ ବସନ୍ତ କୁମାର ସାଧବଙ୍କ ମରଶରୀର ଆଜି ଓଡିଶାରେ ପହଂଚିଛି। ଗତ ୨ତାରିଖରେ ବସନ୍ତଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ ବସନ୍ତଙ୍କ ଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ଗ୍ରାମରେ। ସେ ଜଣେ ନିର୍ମାଣ ଶ୍ରମିକ। ଗତ 2017ମସିହାରେ ବସନ୍ତ ଦାଦନ ଖଟି କିଛି ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ଆବୁଧାବି ଯାଇଥିଲେ। କିଛିଦିନ ପରେ ସେ ନିଜ ଘରକୁ ଫେରିବାର ଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗରୀବ ପରିବାରର ଏକମାତ୍ର ରୋଜଗାର କ୍ଷମ ବସନ୍ତଙ୍କ ଦେହାନ୍ତ ପରେ ତାଙ୍କ ମରଶରୀର ଆଣିବା ପାଇଁ ଅକ୍ଷମ ପରିବାର ଲୋକେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ।

ପରେ ଜିଲ୍ଳା ପ୍ରଶାସନ ଶ୍ରମ ବିଭାଗ ମାଧ୍ୟମରେ ଆବୁଧବୀରୁ ବସନ୍ତଙ୍କ ମରଶରୀର ଆଣିବା ବ୍ୟବସ୍ଥା କରିଥିଲା। ଆଜି ବିମାନଯୋଗେ ଆବୁଧବୀରୁ ଦିଲ୍ଲୀ ଓ ସେଠାରୁ ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଞ୍ଚିଥିଲା। ସେଠାରୁ ଗଂଜାମ ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ନିଜେ ଉପସ୍ଥିତ ରହି ବସନ୍ତଙ୍କ ମରଶରୀରକୁ ତାଙ୍କ ଗ୍ରାମ ପଥରାକୁ ଆଣିଥିଲେ। ଯେଉଁଠି ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ। ବସନ୍ତ ଜଣେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ କରିଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ୨ଲକ୍ଷ ୫ହଜାର ଟଙ୍କାର ଅର୍ଥିକ ସହାୟତା ରାଶି ଯୋଗାଇ ଦିଆଯାଇଛି। ଏହି ରାଶିର ଚେକ ଗଂଜାମ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀ କାନ୍ତ ସେଠୀ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here