ବାଇକ ସହ ବାଇକ ଧକ୍କାରେ ୨ମୃତ ; ୨ଆହତ

0
503

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସୋମବାର ଅପରାହ୍ନ ୪ଟା ସମୟରେ ତୁରୁମୁ ନିକଟ ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ କାଠଚିରା ଛକରେ ୨ଟି ବାଇକ ମଧ୍ୟରେ ଧକ୍କା ହୋଇ ୨ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ଆହତ ହୋଇଛନ୍ତି।ଗାଲେରୀ ଗ୍ରାମର ବବୁଲୁ ନାୟକ ଓ ଜୁନିଆ ନାୟକ ବାଇକରେ ଆସୁଥିବା ବେଳେ ଆରପଟୁ କୋଟିବାଡ଼ି ଗ୍ରାମର ତୀର୍ଥ ବେହେରା ମାଆ ସୁବାସିନୀ ବେହେରାଙ୍କୁ ବାଇକରେ ବସାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଉଭୟଙ୍କ ବାଇକ ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ସୁବାସିନୀ ଓ ବବୁଲୁ ନାୟକ ର ମୃତ୍ୟୁ ହୋଇଥିଲା।ଆହତ ଜୁନିଆ ଓ ତୀଥ କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ତାରସିଂ ପୋଲିସ ମୃତଦେହ ଦୁଇ ଟି ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠେଇ ସହ ତଦନ୍ତ ଚଳେଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here