ସଦ୍ଭାବନା ଦିବସ ଉପଲକ୍ଷେ ଶପଥପାଠ

0
245

ଛତ୍ରପୁର: ସଦ୍ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇ ଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏହି ଶପଥ ପାଠ କରାଇଥିଲେ । ଶପଥପାଠ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଶପଥପାଠ କରିବାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଖୁବ୍ କମ୍ ବୟସରେ ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ହୋଇଥିଲେ ସେ ତାଙ୍କ ସମୟରେ ଭାରତ ବର୍ଷରେ କେଉଁ ସବୁ ନୂତନ ପଦକ୍ଷେପ ମାନ ଗ୍ରହଣ କରିଥିଲେ ତାହା ଅବଗତ କରାଇଥିଲେ । ଜାତି,ଧର୍ମ,ଅଞ୍ଚଳ, ଭାଷା ବିଭିନ୍ନତା ଥିଲେ ମଧ୍ୟ ଆଜି ଭାରତ ବର୍ଷରେ ନାଗରିକ ଏକତା ସୂତ୍ରରେ ବନ୍ଧା ଏବଂ ଜାତୀୟ ସଂହତି ଦିଗରେ ଅଗ୍ରସର ହୋଇ ଦେଶ ପ୍ରଗତି ନିମନ୍ତେ ଉତ୍ସର୍ଗୀକୃତ ଭାବେ ନିଜ ନିଜ କାର୍ଯ୍ୟ ସଂପାଦନ କରିବା ନିମନ୍ତେ ସତ୍ୟନାଷ୍ଟ ଭାବେ କାର୍ଯ୍ୟ କରିବାକୁ ଶପଥ ଗ୍ରହଣ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ସୁକାନ୍ତ ମିଶ୍ର , ଡେପୁଟି କଲେକ୍ଟର ତଥା ନିର୍ବାଚନ ଅଧିକାରୀ ଡଃ ବିଜୟାନନ୍ଦ ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଡେପୁଟି କଲେକ୍ଟର ସଂସ୍ଥାପନା ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥପାଠ କରିଥିଲେ ।
ଏଠାରେ ପ୍ରକାଶ ଥାଉକି ଅଗଷ୍ଟ 20 ତାରିଖରେ ସଦ୍ଭାବନା ଦିବସ ପାଳିତ ହୁଏ । କିନ୍ତୁ ଅଗଷ୍ଟ 20 ତାରିଖ ଦିନ ମହରମ୍ ପଡୁଥିବା ହେତୁ ସରକାରୀ ଛୁଟି ରହୁଛି । ଗୃହ ବିଭାଗର ନିର୍ଦ୍ଦେଶ ମୁତାବକ ଗୁରୁବାର ଦିନ ଏହି ଶପଥପାଠ କରାଯାଇଛି ।

LEAVE A REPLY

Please enter your comment!
Please enter your name here