ବାକୁଟୁଗାଁ ପ୍ରିମିୟର ଲିଗ : ଫାଇନାଲରେ ଚେନ୍ନାଇ ଦଳ ଚାମ୍ପିୟାନ

0
744

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟୁଗାଁ ପ୍ରିମିୟାର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଟୁର୍ନାମେଣ୍ଟ ର ଫାଇନାଲରେ ବାକୁଟୁଗାଁ ର ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ ରାଇଡର୍ସ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଚେନ୍ନାଇ ଦଳ ପ୍ରଥମେ ବ୍ୟାଟିଂ କରି ମୋଟ ୭ ଓଭର ରେ ଦୁଇ ଉଇକେଟ ହରାଇ ୧୧୩ ରନ କରିଥିଲେ । ଏହି ରନର ପିଛା କରି କୋଲକାତା ଦଳ ୯ ଉଇକେଟ ହରାଇ ମାତ୍ର ୫୬ ରନ କରିବାକୁ ସମର୍ଥ ହୋଇଥିଲେ । ବିଜୟୀ ଦଳକୁ ଚାମ୍ପିୟାନ କପ ସହ ୫ ହଜାର ଟଙ୍କା ଓ ପରାଜିତ ଦଳକୁ ରନର୍ସଅପ୍ କପ ସହ ୩ ହଜାର ୫ ଶହ ଟଙ୍କା ପ୍ରଦାନ କରାଯାଇଥିଲା ।  ମୁଖ୍ୟ ଅତିଥି ରୂପେ ମହେଶ୍ବର ପ୍ରଧାନ, ବାକୁଟୁଗାଁ ସମିତି ସଭ୍ୟ ପଦ୍ମ ଚରଣ ସୁବୁଦ୍ଧି ଯୋଗ ଦେଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ ଉଲ୍ଲାସ ମଳିକ, ବେଷ୍ଟ ସିକ୍ସର କେଦାର ବିଶ୍ବାଳ, ବେଷ୍ଟ ଚଉକା ବାଦଲ ଶତପଥୀ, ମ୍ୟାନ ଅଫ ଦି ସିରିଜ ଜଗା ବାରିକ, ବେଷ୍ଟ ବୋଲର ଭାବେ କାଳିଆ ପଳେଇଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ଟୁର୍ନାମେଣ୍ଟ ଚାରି ଦିନ ଧରି ଚାଲିଥିବା ବେଳେ ଏଥିରେ ୬ ଟି ଦଳ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here