ବସଷ୍ଟାଣ୍ଡ ର ଏକ ନାଳ ପାର୍ଶ୍ଵରୁ ୬୧ କିଲୋ ଗଞ୍ଜେଇ ଜବତ

0
287

ଉମରକୋଟ(କ୍ରୀଷ୍ଣା ସାହୁ)ଉମରକୋଟ ପୋଲିସ ଆଜି ପୁରୁଣା ବସଷ୍ଟାଣ୍ଡ ନିକଟରୁ ୨ ଟି ଡ୍ରମ ଓ ୨ ଟି ସୁଟକ୍ୟାସ ରୁ ଗଞ୍ଜେଇ ଜବତ କରିଛି । ଯାହାର ଓଜନ ୬୧ କିଲୋଗ୍ରାମ ହେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଉପ ଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଏହି ଗଞ୍ଜେଇ ଏକ ଘୋରୋଇ ବସ ରେ ଛତିଶଗଡ଼ ଚାଲାଣ ପାଇଁ ଯୋଜନା ହେଇଥିବା ପୋଲିସ ଅନୁମାନ କରୁଛି। ଆଜି ଭୋର ସମୟରେ ରାଇପୁର ରୁ ଜୟପୁର ଯାଉଥିବା ଘୋରୋଇ ବସ ରେ ସାମଗ୍ରୀ ଓହ୍ଲାଇବା କୁ ନେଇ ଖଲାସୀ ଓ ଏହାର ମାଲିକ ମଧ୍ୟ ରେ ଯୁକ୍ତି ତର୍କ ହେଇଥିଲା , ସକାଳ ୪ ଟା ସମୟରେ ଜଣେ ବ୍ୟକ୍ତି ପୋଲିସ୍ ଉପ ଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢ଼ୀ ଙ୍କୁ ଫୋନ କରିବା ପରେ ଶ୍ରୀ ପାଢ଼ୀ ଙ୍କ ନିର୍ଦ୍ଦେଶ ରେ ସାଙ୍ଗେ ସଙ୍ଗେ ପୋଲିସ ଦଳ ବସଷ୍ଟାଣ୍ଡ ଠାରେ ପହଞ୍ଚିଯାଇଥିଲେ ଏହା ପରେ ହୁଏ ତ ଏସବୁ ଦେଖିକି ଗଞ୍ଜେଇ ଚାଲାଣ କାରି ଡରି ଗଞ୍ଜେଇ ଛାଡ଼ି ପଳାଇଥିବା ପୋଲିସ ଅନୁମାନ କରୁଛି। କାରଣ ଏହି ସମୟ ରେ ହିଁ ବିଶାଖାପାଟଣା ରୁ ଏକ ଘୋରୋଇ ବସ ଟି ଛତିଶଗଡ଼ ର କୋଣ୍ଡ।ଗାଁ ଯାଇଥାଏ। ଏହି ବସ ରେ ଗଞ୍ଜେଇ ଚାଲାଣ ହେଇଥାନ୍ତା ବୋଲି ଅନୁମାନ କରାଯାଉଛି। ଏହା ପରେ ପୋଲିସ ଉମରକୋଟ ଥାନା କେସ ନ ୮/୨୦ ରେ ମକଦ୍ଦମା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here