କୁକୁର ଆକ୍ରମଣ ରେ ଆହତ କୁଟୁରା କୁ ଉଧାର କଲେ ବାକୁଟୁଗାଁ ଯୁବ ଗୋଷ୍ଠୀ

0
579

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟୁଗାଁ ଯୁବ ଗୋଷ୍ଠୀ ଦ୍ବାରା ଉଧାର ହୋଇଛି ଗୋଟିଏ ଆହତ କୁଟୁରା । କୁକୁର ମାନଙ୍କ କାମୁଡା ରେ ଗୁରୁତର ଭାବେ ଆହତ ହୋଇଥିଲା ଗୋଟିଏ କୁଟୁରା । ଗ୍ରାମର ଜଣେ ଯୁବକ ସଞ୍ଜୟ ପ୍ରଧାନ ନିଜ ବିଲ ରେ କାମ କରୁଥିବା ବେଳେ ଏହା ଦେଖି କୁକୁର ମାନଙ୍କୁ ଘଉଡାଇବା ସହ ଗ୍ରାମର ଅନ୍ୟ ଯୁବକ ମାନଙ୍କୁ ଡାକିଥିଲେ । ଗ୍ରାମର ବାଦଲ, ଉଲ୍ଲାସ, ସନ୍ତୋଷ, ରାଜୀବ, ଧ୍ରୁବ, ରୋହିତ ପ୍ରମୁଖ ଯୁବକ ମାନେ ଆସି କୁକୁର ମାନଙ୍କ କବଳରୁ ଆହତ କୁଟୁରାକୁ ଉଦ୍ଧାର କରି ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ବନ ବିଭାଗ କର୍ମଚାରୀ ସେଠାରେ ପହଂଚି ଆହତ କୁଟୁରା କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ପଶୁ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here