ବିଦେଶରୁ  ମୋହନପୁର ଗ୍ରାମର ବୁଲୁ ପରିଡାଙ୍କ  ମୃତ ଦେହ ଏକ ମାସ ପରେ ଜନ୍ମ ମାଟିକୁ ଫେରିଲା

0
277

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ମୋହନପୁର ଗ୍ରାମର ବୁଲୁ ପରିଡା, ବୟସ ୪୭ ,ଦୁଇ ମାସ ପୂର୍ବରୁ ବିଦେଶରେ କାମ କରି ଅଧିକ ରୋଜଗାର ପାଇଁ ମରିସସ ଯାଇଥିଲେ। ସେଠାରେ ଗତ ଡିସେମ୍ବର ମାସ ୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ପାଖରେ ଥିବା ଗାଁର ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ଖବର ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିବା ସହ ମୃତ ଦେହକୁ ଜନ୍ମ ମାଟିକୁ ଆଣିବା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଆଜି ଦୀର୍ଘ ଏକ ମାସ ପରେ ଶ୍ରମ ବିଭାଗ, ଜିଲା ପ୍ରଶାସନ ଓ ବୈଦେଶିକ ମନ୍ତ୍ରାଳୟର ହସ୍ତକ୍ଷେପ ପରେ ଶେଷରେ ଜନ୍ମ ମାଟିକୁ ଫେରିଲା ବୁଲୁ ପରିଡାଙ୍କ ମୃତ ଶରୀର। ଜିଲ୍ଲା ଶ୍ରମ ନିରିକ୍ଷିକା ରଶ୍ମିରେଖା ପଣ୍ଡାଙ୍କ ଉପସ୍ଥିତରେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଉପସ୍ଥିତ ରହି ପରିବାରକୁ ପାଞ୍ଚ ହଜାର ଟଙ୍କା ସହାୟତା ଦେବା ସହିତ ଆଗାମୀ ଦିନରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ କେଶପୁର ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ। ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here