କାର୍ଯ୍ୟକର୍ତା ବୈଠକ ରେ ଯୋଗଦେଲେ ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରି

0
284

ବେଲଗୁଣ୍ଠା()ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଠାରେ ଆୟୋଜିତ ହୋଇଛି ବିଜେପି କାର୍ଯ୍ୟକର୍ତା ବୈଠକ।ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୟରେ ଆୟୋଜିତ ବୈଠକରେ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଛନ୍ତି ରାଜ୍ୟ ପ୍ରଭାରୀ ଡ଼ି.ପୁରନ୍ଦେଶ୍ୱରୀ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର,ଘୁମୁସର ଜିଲ୍ଲା ପ୍ରଭାରୀ ସୁରତ ବିଶ୍ୱାଳ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ,ରାଜ୍ୟ ବିଜେପି ଉପସଭାପତି ଅନିତା ଶୁଭଦର୍ଶିନୀ ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ,ବହୁ ବିଜେପି କର୍ମୀ ଯୋଗଦେଇଥିଲେ। ଘୁମୁସର ଜିଲ୍ଲାରେ ବିଜେପି ସଂଗଠନ କୁ ମଜୁବୁତ କରିବା ପାଇଁ ରାଜନୈତିକ ଗୁରୁମନ୍ତ୍ର ଦେଇଥିଲେ ସମସ୍ତ କର୍ମୀ ମାନଙ୍କୁ। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କୁ ରାଜ୍ୟ ସରକାର ନିଜେ ଦେଉଥିବା କହି ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଛନ୍ତି।କୋଭିଡ ସମୟରେ କେନ୍ଦ୍ର ଅନୁଦାନଙ୍କୁ ସଠିକ ଭାବରେ କାମରେ ଲଗାଇନାହଁନ୍ତି ତାହା ମଧ୍ୟ ଲୋକଙ୍କ ଦୃଷ୍ଟିକୁ ଅଣାଯିବ ବୋଲି କହିଛନ୍ତି ଡ଼ି ପୁରନ୍ଦେଶ୍ୱରୀ।ଆଗାମୀ ଦିନରେ ବିଜେଡି ବିରୋଧରେ ବିଜେପି କର୍ମୀମାନେ ରାଜ ରାସ୍ତାକୁ ଓଲହାଇବେ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here