ଖଲ୍ଲିକୋଟରେ କୋଭିଡ କଟକଣା ମଧ୍ୟରେ ଦୀର୍ଘ ନଅ ମାସ ବ୍ୟବଧାନ ପରେ ଖୋଲିଲା ଉଚ୍ଚ ବିଦ୍ୟାଳୟ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ

0
251

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ସାରା ରାଜ୍ୟରେ ଦୀର୍ଘ ନଅ ମାସର ବ୍ୟବଧାନ ପରେ କୋଭିଡ କଟକଣା ମଧ୍ୟରେ ଖୋଲିଛି ଉଚ୍ଚ ବିଦ୍ୟାଳୟ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ। ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିଲା। ଆଜି ଠାରୁ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇର ଅଫଲାଇନ ପାଠ ପଢା ପାଇଁ ରାଜ୍ୟ ସରକାର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ପୂର୍ବରୁ ପ୍ରଥମେ କରୋନା କଟକଣା ମାନି ସାନିଟାଇଜ କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ,ଶିକ୍ଷକ ,ଶିକ୍ଷୟିତ୍ରୀ , ଅଧ୍ୟାପକ ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରଖିବା ପାଇଁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିଭିନ୍ନ କଲେଜ ଓ ହାଇସ୍କୁଲ ଗୁଡିକରେ ଆଜିଠାରୁ ପାଠ ପଢା ଆରମ୍ଭ ହୋଇଛି। ଖଲ୍ଲିକୋଟ ସହରରେ ଥିବା ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ, କେଶପୁର ସ୍ନାତକ ମହାବିଦ୍ୟାଳୟ ଓ କହ୍ନେଇପୁର ରାମଚନ୍ଦ୍ର ମର୍ଦ୍ଦରାଜ ସରକାରୀ ଉଚ୍ଛ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରାଯାଇ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ସହ ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ବ ଦେଇ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଥିଲା । ଆଗକୁ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା, ହାତରେ ଅତି କମ ସମୟ ଥିବାରୁ କୋର୍ସ ସାରିବା ସହ ପରୀକ୍ଷାକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ମାସର ବ୍ୟବଧାନ ପରେ ଆଜି ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବାର ପ୍ରଥମ ଦିନ ହୋଇଥିବାରୁ ଆଶାନୁରୂପ ଭାବେ ଉପସ୍ଥାନ ଦେଖିବାକୁ ମିଳିନଥିଲା। କେତେକ ଅଭିଭାବକ ସଂକ୍ରମଣ ଦୃଷ୍ଟିରୁ ପିଲାମାନଙ୍କୁ ପ୍ରାୟତଃ ଛାଡି ନଥିବା ଅନୁମାନ କରାଯାଉଛି। କରୋନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ଯୋଗୁଁ ଅନଲାଇନ ପାଠପଢା ଆଶାନୁରୂପ ହୋଇ ନାହିଁ। ଶହେ ଦିନ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କର ପାଠ୍ୟ କ୍ରମକୁ ସାରିବା ସହ ବାର୍ଷିକ ପରିକ୍ଷାରେ ଭଲ ଫଳାଫଳ କେମିତି ହେବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here