କ୍ରାଇମ ବ୍ରାଞ୍ଚ(ଏସ.ଟି.ଏଫ) ପକ୍ଷରୁ ଦୁଇଟି କ୍ରସର ଉପରେ ଚଢ଼ାଉ। ୧୨ଗିରଫ, ବିପୁଳ ବିସ୍ଫୋରକ ଜବତ।

0
781

ବ୍ରହ୍ମପୁର,୦୯/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବେନିୟମ ଭାବେ ଜିଲେଟିନ ଓ ଡିନାମାଇଟ ଲଗାଇ ପଥର ଫୁଟାଉଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ ଟି ଏଫ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ମହୁଡା ଓ କୁସୁମୀରେ ଦୁଇଟି କ୍ରସର ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଉଭୟ କ୍ରସରରୁ ବିପୁଳ ପରିମାଣରେ ଜିଲେଟିନ ଓ ଡିନାମାଇଟ ଜବତ କରାଯାଇଛି। ଏହା ସହିତ ଘଟଣାରେ ସଂପୃକ୍ତ ଵାଲାଜୀ ରେଡି ଓ କୁରା ସେଠୀଙ୍କ ସମେତ ମୋଟ ୧୨ଜଣଙ୍କୁ ଦିଗପହଣ୍ଡି ଥାନା ପୋଲିସ ଗିରଫ କରିଛି। ଗିରଫ ସମସ୍ତଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇ ମୁଖ୍ୟ ଆସାମୀ ଫେରାର ଥିବା ବେଳେ ଉଭୟଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ ପି ପିନାକ ମିଶ୍ର। ମହୁଡା ଠାରେ ବ୍ରହ୍ମପୁର ମହାନଗର ନିଗମର ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ଥିବାବେଳେ ସେଠାରେ ବେନିୟମ ପଥର ଫୁଟାଯିବା ନେଇ ନିଗମ କମିଶନର ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତି କରି ଏହି ଚଢ଼ାଉ ହୋଇଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here