ସ୍ତ୍ରୀର ପରକୀୟା ପ୍ରୀତିରେ ସ୍ଵାମୀ ହେଲା ଶିକାର, ସ୍ୱାମୀକୁ ହତ୍ୟାକରି ନିଖୋଜର ଡ୍ରାମା, ଶେଷରେ ସ୍ୱୀକାର କଲା ସ୍ତ୍ରୀ l

0
568

ରାୟଗଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ): ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ପରକୀୟା ପ୍ରୀତି ପାଇଁ ଷଡ଼ଯନ୍ତ୍ର କରି ସ୍ବାମୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ସ୍ତ୍ରୀ। ତାଙ୍କ ସ୍ବାମୀ କିଛି ଦିନ ହେବ ନିଖୋଜ ଥିବା ନେଇ ମିଛରେ ଥାନାରେ ଅଭିଯୋଗ କରିଥିଲା ଅଭିଯୁକ୍ତ ସ୍ତ୍ରୀ। ହେଲେ ପୁଲିସର ଅନୁସନ୍ଧାନକାରୀ ଆଖିରୁ ବର୍ତ୍ତି ପାରି ନଥିଲେ ସ୍ତ୍ରୀ। ପଚରାଉଚରା ସମୟରେ ସବୁ କଥା ମାନି ଯାଇଥିଲା ସ୍ତ୍ରୀ। ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି।ସୂଚନାଯୋଗ୍ୟ ଯେ ଗୁପ୍ତା କଲୋନୀର ରହୁଥିବା ରାଜ୍ଚଣ୍ଡି (୩୦)ଙ୍କୁ ତାଙ୍କ ସ୍ତ୍ରୀ ନିବେଦିତା ନାୟକ ହତ୍ୟା କରିଛି। ଗତ ବୁଧବାର ଅପରାହ୍ନରେ ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳରୁ ରାଜ୍ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। କିଛି ବର୍ଷ ତଳେ ରାଜ ବୈଦିକ ରିତି-ନୀତିରେ ନିବେଦିତାଙ୍କୁ ବିବାହ କରିଥିଲେ। ନିବେଦିତା ସ୍ଥାନୀୟ ବ୍ଲକରେ କିରାଣୀ କାର୍ଯ୍ୟ ଆରମ୍ଭ କରି ବିଷମ କଟକ ତହସିଲକୁ ତାଙ୍କର ବଦଳି ହୋଇଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀ ଗୁପ୍ତା କଲୋନୀରେ ଘର ଭଡ଼ା ନେଇ ରହୁଥିଲେ।ସ୍ଥାନୀୟ କଲୋନୀବାସୀ କହିବା ଅନୁସାରେ ନିବେଦିତାଙ୍କର ଜଣେ ପ୍ରେମିକା ଥିଲେ। ଉକ୍ତ ଯୁବକଙ୍କୁ ସହ ନିବେଦିତା ଅବୈଧ ସଂପର୍କ ରଖୁଥିଲା। ଏ ନେଇ ଅଧିକାଂଶ ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବି ହେଉଥିଲା। ଅଧିକାଂଶ ସମୟରେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରେମିକ ଘରକୁ ଆସୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ଦୁଇଟି ସନ୍ତାନର ମାଆ ହେଉଛନ୍ତି ହତ୍ୟାକାରୀ ସ୍ତ୍ରୀ।ପୁଲିସର ସୂଚନା ମୁତାବକ ରାଜ ନିଖୋଜ ଥିବା ନେଇ ଥାନାରେ ସ୍ତ୍ରୀ ଅଭିଯୋଗ କରିଥିଲା। ପାଖ ପଡ଼ିଶାଙ୍କ ପାଖରୁ ହତ୍ୟାକାରୀ ସ୍ତ୍ରୀର ଚରିତ୍ର ସଂପର୍କରେ ଜାଣିବା ପରେ ପୋଲିସ ତାକୁ ଅଟକ ରଖି ପଚାରଉଚାର କରିଥିଲା। ଶେଷରେ ସେ ନିଜ ସ୍ବାମୀ ହତ୍ୟା କରିଥିବା କଥା ସ୍ବୀକାର କରିଥିଲା। ଏ ନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here