ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇଲେ ଗଂଜାମ ଜିଲ୍ଲାପାଳ

0
1050

ଧରାକୋଟ,୧୦/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କିଛି ଦିନ ତଳେ ଧାନ ରୋପଣ କରି ପ୍ରଶଂସା ଭାଜନ ହୋଇଥିବା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଆଜି ଧରାକୋଟ ବ୍ଲକରେ ପହଞ୍ଚି ସମୀକ୍ଷା କରିଛନ୍ତି | ଏହାପରେ କୁସୁଗୁମା ଓଡିଶା ଆଦର୍ଶ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ କରିଥିଲେ |ସେଠାରେ ୭ମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ତଦାରଖ କରିବା ସହ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ | ଏବଂ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ନାରୀ ସଶସ୍ତ୍ରୀକରଣ ଉପରେ ଏକ ପ୍ରବନ୍ଧ ଲେଖି ଆସନ୍ତା ୧୫ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠେଇବା ପାଇଁ କହିଥିଲେ |

ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଗଛ ବିଦ୍ୟାଳୟରୁ ନେଇ ଘର ବାରିପଟେ ଲଗାଇବା ପାଇଁ ସେ ପରାମର୍ଶ ଦେଇଥିଲେ | ବିଡ଼ିଓ ଶ୍ରୀ ଅଜୟ କୁମାର ପ୍ରଧାନଙ୍କୁ ସମସ୍ତ ପିଲାଙ୍କୁ ଗଛ ଯୋଗାଇବା ପାଈଁ ନିର୍ଦେଶ ଦେଇଥିଲେ |ବିଦ୍ୟାଳୟୟର ପାଠାଗାର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପିଲାଙ୍କୁ ଘରେ ପଢିବା ପାଇଁ ପୁସ୍ତକ ଯୋଗାଇବା,ସମସ୍ତ ଶ୍ରେଣୀ ଗୃହରେ ଲାଇବ୍ରାରୀ ବାକ୍ଶ ସ୍ଥାପନ କରି ପାଠ୍ୟ ପୁସ୍ତକ ରଖିବାକୁ ପରାମର୍ଶ ଦେଇଥିଲେ | ଶିକ୍ଷକ ସମସ୍ୟା ଦୂର କରିବା ସହ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ |ଏହି ଗସ୍ତ ସମୟରେ ତହସିଲଦାର ଶ୍ରୀ ଗଦାଧର ପାତ୍ର,ବ୍ଲକ ଅଧକ୍ଷ ଶ୍ରୀ ଦୁର୍ଯ୍ୟଧାନ ଦୋରା,ଏବିଡିଓ ଶ୍ରୀ ପୂର୍ଣଚନ୍ଦ୍ର ପାଢ଼ୀ,ସହକାରୀ ଯନ୍ତ୍ରୀ ଶ୍ରୀ ମୋହନ ସାହୁ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here