ଦେଶର ଅନ୍ନଦାତାଙ୍କ ପାଇଁ କୃଷକ ପେନସନ ଯୋଜନା ଆରମ୍ଭ

0
699

ନୂଆଦିଲ୍ଲୀ,୦୯/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆଜିଠାରୁ ଦିଲ୍ଲୀରୁ କେନ୍ଦ୍ରୀୟ କୃଷି ମନ୍ତ୍ରୀ କୃଷକ ପେନସନ ଯୋଜନା ଆରମ୍ଭ କରିଛନ୍ତି । ଦେଶର ଚାଷୀମାନେ ଆଠ ବର୍ଷ ପରେ ସମ୍ମାନଜନକ ଜୀବନ ବଞ୍ଚିବା ପାଇଁ ଏହି ଯୋଜନା ଆରମ୍ଭ ହେଉଛି।
ଏହି ଯୋଜନା ଦ୍ୱାରା ଚାଷୀଙ୍କୁ ତିନି ହଜାର ଟଙ୍କା ପ୍ରତିମାସ ପେନସନ ରୂପରେ ମିଳିବା ସହିତ ଚାଷୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ପଚାଷ ପ୍ରତିଶତ ରାଶି ମିଳିବ। ଏଥିପାଇଁ ଏଲଆଇସିକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ୨୯ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ମାସିକ ୧୦୦ ଟଙ୍କା ହିସାବରେ ଦେବାକୁ ହେବ ଏବଂ ବଳକା ରାଶି କେନ୍ଦ୍ର ସରକାର ଭରିବେ। ୬୦ ବର୍ଷ ପରେ ଚାଷୀଙ୍କୁ ୩ ହଜାର ଟଙ୍କା ପେନସନ ମିଳିବ। ୧୮ ରୁ ୪୦ ବର୍ଷର ଚାଷୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଏଥିପାଇଁ କୃଷକଙ୍କୁ ଜମିର ସମ୍ପୂର୍ଣ୍ଣ ବିବରଣୀ ଦେବା ପାଇଁ ଜମିର କାଗଜପତ୍ର ସହିତ ଆଧାର କାର୍ଡ, ଧନଜନ ଖାତାର ବିବରଣୀ ଏବଂ ମୋବାଇଲ ନମ୍ବର ଦେବାକୁ ହେବ। ଏହି ମୋବାଇଲ ନମ୍ବର ବ୍ୟାଙ୍କ ଖାତା ସହିତ ଯୋଡି ହୋଇଥିବା ଦରକାର।

LEAVE A REPLY

Please enter your comment!
Please enter your name here