ବନରକ୍ଷୀ ଯୋଗୁଁ ଦନ୍ତାହାତୀ ଆକ୍ରମଣରୁ ମୁକ୍ତି ପାଇଲେ ମୁନା

0
754

ବୁଗୁଡା(ଅନିଲ କୁମାର ମହାରଣା) ଦନ୍ତାହାତୀ ଓ ବନରକ୍ଷୀ ମୁହାଁ ମୁହିଁ। ଦନ୍ତାହାତୀ ଦଳିଦେବା ପାଇଁ ପାଦ ଟେକି ଥିଲେ ମଧ୍ୟ ଖାକି ପୋଷାକ ଓ ଚିହ୍ନା ମୁହଁ ଦେଖି ବୋଧହୁଏ ବନରକ୍ଷୀଙ୍କୁ ଆକ୍ରମଣ ନକରି ଫେରିଯାଇଥିଲ। ଦନ୍ତାର ଦୟାରୁ ହାତୀର ପାଦତଳୁ ରକ୍ଷା ପାଇଗଲେ ବନରକ୍ଷୀ ମୁନା ଦାସ। ଏହି ଘଟଣା ଘଟିଛି ଜାନୁଆରୀ ୩ ତାରିଖ ଦିନ ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଭାଗବାନପୁର ସେକ୍ସନ ତାଳସର ବିଟର ୭ନଂ କିରିଆମ୍ବା ସଂରକ୍ଷିତ ଜଙ୍ଗଲର ଅନ୍ଧାରୀ ନାଳ ନିକଟରେ। ଅନ୍ଧାରୀ ନାଳ ନିକଟରେ ବନବିଭାଗ ପକ୍ଷରୁ ଚାଲିଛି ଜଙ୍ଗଲ କାମ। ଘଟଣା ସ୍ଥଳରୁ ମାତ୍ର ୨୦ ମିଟର ଦୁରତାରେ ପରିଦର୍ଶନ କରୁଛନ୍ତି ଦକ୍ଷିଣ ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା। ଶ୍ରୀ ବେହେରାଙ୍କ ସାଥିରେ ଅଛନ୍ତି ଏସିଏଫ ଶଙ୍କର୍ଷଣ ବେହେରା, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଓ ଭାବବାନପୁର ବନପାଳ। ଏହି ଅଞ୍ଚଳରେ ଏକ ଦନ୍ତାହାତୀ ଏକାକୀ ରହିଥିବା ବେଳେ ବହୁଥର ସେହି ଦନ୍ତାହାତୀକୁ ଦେଖିଛନ୍ତି ଯୁବ ବନରକ୍ଷୀ ମୁନା ଦାସ। ଦନ୍ତା ହାତୀ ମଧ୍ୟ ବହୁଥର ଦେଖିଛି ବନରକ୍ଷୀ ମୁନା ଦାସଙ୍କୁ। ମାତ୍ର କେବେବି ଦନ୍ତା ଆକ୍ରମଣ କରିନାହିଁ ବନରକ୍ଷୀ ମୁନାଙ୍କୁ। ହାତୀ ଜାଣିଥିଲାଯେ ବନରକ୍ଷୀ ମୁନା ମୋର ଶତୃ ନୁହଁ ବରଂ ମିତ୍ର। ରବିବାର ଦିନ ଅଳ୍ପ ଦୂରରେ ହାତୀକୁ ଦେଖି କୌଣସି ବ୍ୟକ୍ତି ଗାଡି ହର୍ଣ୍ଣ ବଜାଇବା ଯୋଗୁଁ ହାତୀଟି ଜଙ୍ଗଲ ଆଡକୁ ଶିଘ୍ର ଚାଲି ଆସୁଥିବାବେଳେ ହତାତ୍ ଅନ୍ଧାରୀ ନାଳ ନିକଟରେ ବନରକ୍ଷୀ ମୁନା ଦାସ ସହ ମୁହାଁମୁହିଁ ହୋଇଥିଲା। ହାତୀକୁ ଦେଖି ବନରକ୍ଷୀ ଦୌଡ଼ି ପଳେଇ ଯିବା ବଳେ ତଳେ ପଡିଯାଇଥିଲେ। ଦନ୍ତାହାତୀ ପାଦ ଟେକି ମୁନା ଦାସଙ୍କୁ ଦଳି ଦେବାକୁ ଯାଉଥିବା ବେଳେ ମୁନାଙ୍କ ଖାକି ପୋଷାକ ଓ ମୁହଁକୁ ଦେଖିଲାପରେ ବନରକ୍ଷୀ ତାହାର ଶତୃ ନୁହେଁ ଭାବି ମୁନାଙ୍କୁ ନଦଳି ପାଦ ଫେରାଇ ଚାଲିଯାଇଥିଲା। ମୁନାର ପାଟି ଶୁଣି ଡିଏଫଓ ଶ୍ରୀ ବେହୁରାଙ୍କ ସମେତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନେ ଘଟଣା ସ୍ଥଳକୁ ଯାଇ ତଳେ ପଡି ସାମାନ୍ୟ ଆହତ ହୋଇଥିବା ମୁନା ଦାସଙ୍କୁ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଫେରିଥିଲେ। ପୃଥିବୀ ପୃଷ୍ଟର ଶ୍ରେଷ୍ଠ ପ୍ରାଣୀ ମନ୍ୟୁଷ, ସାମାନ୍ୟ ଲୋଭ ପାଇଁ ଏହି ଶ୍ରେଷ୍ଠ ପ୍ରାଣୀ ଯେଉଁ ସବୁ ଅଘଟଣ ଘଟାଉଛି ଏହି ବନ୍ୟ ପ୍ରାଣୀ ଦନ୍ତାହାତୀ ଠାରୁ ବହୁତ ଶିଖିବାର ଅଛି ଏଥିରେ ଦ୍ବିମତ ନାହିଁ।

LEAVE A REPLY

Please enter your comment!
Please enter your name here