ଚାଷୀଙ୍କ ଚିନ୍ତା ବଢ଼ାଉଛି ଗଞ୍ଜାମର କୃଷ୍ଣସାର ମୃଗ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବୀ

0
456

ଆସ୍କା(ଜଗନ ପଣ୍ଡା)ଅବାଧରେ ବୁଲଛନ୍ତି କୃଷ୍ଣସାର ମୁର୍ଗ ।ମୁକ୍ତ ଆକାଶ ତଳେ ଲୋକଙ୍କ ଗହଣରେ ବେଶ ନିର୍ଭୟ ରେ ଏମାନେ ଘୁରିବୁଲି ଆଖପାଖ ପରିବେଶକୁ ସୌନ୍ଦର୍ଯ୍ୟ ମଣ୍ଡିତ କରିଥାନ୍ତି ।ଖାଦ୍ୟର ଅଭାବ ନାହିଁ କିମ୍ବା ଶିକାରୀର ଭୟ ନାହିଁ ତେଣୁ ମୃଗ ହେଉଛନ୍ତି ମୁକ୍ତ ଆକାଶର ବିହଙ୍ଗ ସଦୃଶ୍ୟ | ତେଣୁ ଅବାଧ ରେ ଚରି ବୁଲନ୍ତି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଣବାଲ୍ଲୀ, ସିଦ୍ଧନଇ, ଭେଟନଇ, ବୁଗୁଡା, ବାଲିପଦର ,ମହରାଜପୁର ଦାସନାପଲ୍ଲୀ ଆଦି ଗ୍ରାମରେ ।ସାଧାରଣତଃ ଘାସୁଆ ସମତଳ ଅଞ୍ଚଳରେ ବାସକରୁଥିବା ଏହି ମୃଗ, ହଜାର ହଜାର ମାତ୍ରାରେ ଦେଖା ଯାଆନ୍ତି ଏହି ସବୁ ଗ୍ରାମରେ।ଖାସ କରି ନେପାଳର ପାହାଡିଆ ଅଞ୍ଚଳରେ ଦେଖାଯାଉଥିବା ଏହି ବିରଳ ପ୍ରକୃତୁର ମୃର୍ଗକୁ ଏଠାକାର ସ୍ଥାନୀୟ ଲୋକେ ବାଲି ହରିଣ ଓ କଳା ବାହୁଟିଆ ବୋଲି କହିଥାନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଏଠାରେ ଲୋକେ ସୁରକ୍ଷା ଦେଇଥାନ୍ତି ଏମାନଙ୍କୁ।କାରଣ ଲୋକ ମାନଙ୍କର ବିଶ୍ୱାସ ଅଛିଯେ ଏମାନଙ୍କ ଯୋଗୁଁ ହି କାଳେ ଏହି ଅଞ୍ଚଳରେ ଉତ୍ତମ ବର୍ଷା ହୋଇଥାଏ।ହେଲେ ଏବେ ଏହି କୃଷ୍ଣସାର ମୃଗ କୃଷକ ମାନଙ୍କ ନିଦ ହଜାଇ ଦେଇଛି।ଲୋକଙ୍କ ଅଭିଯୋଗ ପ୍ରକାରେ ଏମାନେ କୃଷି କ୍ଷେତ୍ରରେ କରାଯାଉଥିବା ମୁଗ ,ବିରି ଓ ଅନନ୍ୟ ଫସଲ ନଷ୍ଟ କରୁଛନ୍ତି ଏବଂ ଏହି ଫସଲ ନଷ୍ଟ ବିଷୟରେ ବନ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ସହଯୋଗ ମିଳୁନାହିଁ।ତେଣୁ ଏବେ ଫସଲ ହାନି ଭୟରେ ଜମିକୁ ପଢ଼ିଆ ରଖିବାକୁ ବାଧ୍ଯ ହେଉଛନ୍ତି ଚାଷୀ।ଏପଟେ ବନବିଭାଗ ମୃଗ ମାନଙ୍କ ଖାଇବା ପାଇଁ ଏକ ହେକ୍ଟର ଜମିରେ ଘାସ ଚାଷ କରିଥିବା କଥା କହିଥିଲେ ମଧ୍ୟ ସେଠାରେ ଏବେ କୌଣସି ଘାସ ନଥିବା ଦେଖିବାକୁ ମିଛି। ତେଣୁ ଏହି କୃଷସାର ମୃର୍ଗ ଏବେ ଲୋକେ ଚାଷ କରୁଥିବା ଜମିର ଫସଲ ଖାଇ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି |ତେଣୁ ବନବିଭାଗ ବନ୍ୟଜୀବ ମାନଙ୍କ ଦ୍ୱାରା ହେଉଥିବା ଫସଲ କ୍ଷତିର ଭରଣା ଚାଷୀକୁ ପ୍ରଦାନ କରିବା ସହ ଏହି ବିରଳ ପ୍ରଜାତିର କୃଷ୍ଣସାର ମୃଗର ରକ୍ଷଣାବେକ୍ଷଣ ପାଇଁ ଅଧିକ ଧ୍ୟାନ ଦେବା କୁ ସାଧାରଣରେ ଦାବୀ ହୋଇଛି |

LEAVE A REPLY

Please enter your comment!
Please enter your name here