ରକ୍ତଦାନ କରି ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳିଲେ ପ୍ରେସ୍ କ୍ଲବ୍ ସଭାପତି

0
279

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ନିଜ 40 ତମ ଜନ୍ମ ଦିନକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର I ସୂଚନା ଥାଉକି ଆଜି ଶ୍ରୀ ପାତ୍ର 39 ବର୍ଷ ଅତିକ୍ରମ କରି 40 ବର୍ଷରେ ପଦାର୍ପଣ କରିବା ଅବସରରେ ନିଜ ଜନ୍ମ ଦିନକୁ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳିବାକୁ ନିଷ୍ପତି ନେଇଥିଲେ I ଆଜି ନିଜ ଜନ୍ମ ଦିନ ଅବସରରେ ଶ୍ରୀ ପାତ୍ର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଓଡ଼ିଶା ରକ୍ତ ଭଣ୍ଡାରକୁ ଯାଇ ସ୍ଵେଚ୍ଛାକୃତ ଭାବେ ଜୀବନର 69 ତମ ଥର ରକ୍ତଦାନ କରିଥିଲେ I ରକ୍ତ ସଂଗ୍ରହ କାର୍ଯ୍ୟରେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀମାନେ ସହଯୋଗ କରିଥିଲେ I ଶ୍ରୀ ପାତ୍ରଙ୍କ ଜନ୍ମ ଦିନରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ସଦସ୍ୟ ସଦସ୍ୟା ଶୁଭେଚ୍ଛା ଜଣାଇଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ତାଙ୍କର ନିଆରା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ I

LEAVE A REPLY

Please enter your comment!
Please enter your name here