ମଥୁରା ଗ୍ରାମ ନିକଟରେ ବାଇକ୍ କୁ ଧକା ଦେଲା ଅଟୋ : ୨ ଗୁରୁତର ଜଣେ ମୃତ

0
276

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମ ନିକଟରେ ବାଇକ୍ କୁ ଧକା ଦେଲା ଅଟୋ, ୨ ଗୁରୁତର ଜଣେ ମୃତ । ସୂଚନା ଅନୁଯାୟୀ ଆଜି ସକାଳ ସାଢ଼େ ୯ଟା ସମୟରେ କୋଦଳା ରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ଏକ ଟମାଟୋ ବୋଝେଇ ଡାଲା ଅଟୋ ନମ୍ବର OD 07 G 4370 ହଠାତ ମଥୁରା ଗ୍ରାମ ନିକଟରେ  ଭାରସାମ୍ୟ ହରାଇ  ଖଲ୍ଲିକୋଟରୁ କୋଦଳା ଅଭିମୁଖେ  ଯାଉଥିବା ଏକ ବାଇକ ନମ୍ବର OD 02 U 9352 କୁ ଶକ୍ତ ଧକା ଦେବା ଫଳରେ ବାଇକ ଚାଳକଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ବାଇକ ପଛରେ ବସିଥିବା ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି ଓ ଅଟୋ ଚାଳକଟିର ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସେପଟେ ମୃତ ବାଇକ ଚାଳକ  ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ପାଣ୍ତବ ମହାରଣାଙ୍କ ମଝିଆ ପୁଅ ଆଲୋକ ମହାରଣା (୨୫) ଓ ବାଇକ ପଛରେ ବସିଥିବା ବାକୁଟଗାଁ ଗ୍ରାମର ଧୁସାଶନ ନାହାକଙ୍କ ବଡ଼ପୁଅ କାର୍ତ୍ତିକ ନାହାକ (୨୩) ବୋଲି ଜଣା ପଡ଼ିଥିବା ବେଳେ ଅଟୋ ଚାଳକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍ତ୍ତିକ ଓ ଅଟୋ ଚାଳକଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଦୁହିଁଙ୍କୁ ବ୍ରହ୍ମପୁର ପଠାଇ ଥିବା ଜଣାପଡ଼ିଛି । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଆଯାଇଛି । ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ଦେୀଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here