ଜଗନ୍ନାଥ ମେମୋରିଆଲ୍ ସାର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ରେ ଭେଜିପୁଟ ଟିମ୍ ଚାମ୍ପିୟନ

0
295

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଯୁବ ପ୍ରତିଭା ତଥା କ୍ରୀଡ଼ାବିତ୍ ସ୍ଵର୍ଗତ ଜଗନ୍ନାଥ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଲକଷଣ୍ଢା ନୀଳକଣ୍ଠେଶ୍ୱର କ୍ରିକେଟ ଟିମ୍ ଦ୍ୱାରା ଆୟୋଜିତ ଜଗନ୍ନାଥ ମେମୋରିଆଲ୍ ସାର୍କିଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ ଭେଜିପୁଟ ମାଆ ବ୍ରାହ୍ମଣୀ ଦେବୀ କ୍ରିକେଟ ଟିମ୍ ସିଂହମର୍ଦ୍ଦନ ମା କାଳୀ କ୍ରିକେଟ ଟିମକୁ ଦୁଇ ୱିକେଟ୍ ରେ ହରାଇ ଚାମ୍ପିୟନ ଟ୍ରଫି ହାତେଇ ନେଇଛି I ଆଜିର ମ୍ୟାଚ୍ ରେ ପ୍ରଥମେ ସିଂହମର୍ଦ୍ଦନ ଟିମ୍ ନିର୍ଦ୍ଧାରିତ 16 ଓଭର୍ ରେ ପାଞ୍ଚ ୱିକେଟ୍ ହରାଇ 137 ରନ୍ କରିଥିବା ବେଳେ ଭେଜିପୁଟ ଟିମ୍ ଏହାକୁ ପିଛା କରି ହାତରେ ଦୁଇ ୱିକେଟ୍ ଓ ଚାରୋଟି ବଲ୍ ଥାଇ ବିଜୟ ହାସଲ କରିନେଇଥିଲା I ଆୟୋଜକ ଟିମ୍ ର ସଭାପତି ଶିବ ପ୍ରସାଦ ପାତ୍ର ବିଜେତା ଦଳକୁ ନଗଦ 5501 ଟଙ୍କା ସହ ଚାମ୍ପିୟନ ଟ୍ରଫି ଏବଂ ଟୁର୍ଣ୍ଣାମେଣ୍ଟ୍ ଆବାହକ ନାରାୟଣ ନାୟକ ଉପବିଜେତା ଦଳକୁ ନଗଦ 3500 ଟଙ୍କା ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ I ସେହିପରି ବେଷ୍ଟ ବ୍ୟାଟସ୍ ମ୍ୟାନ୍ ଭାବେ ଜିଲୂ ପ୍ରଧାନ,ବେଷ୍ଟ ବୋଲର୍ ଭାବେ ମିଥୁନ୍ ଏବଂ ସଂଗ୍ରାମଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ପୁରସ୍କୃତ କରାଯାଇଥିଲା I ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍ ସ୍ଵର୍ଗତ ଜଗନ୍ନାଥଙ୍କ ବଡ଼ଭାଇ ନାରାୟଣ ନାୟକଙ୍କ ଆବାହନ ଏବଂ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମିଥୁନ୍, କୃଷ୍ଣ, ନୀଳକଣ୍ଠ, ରାହୁଲ୍, ଅଜିତ୍ ଏବଂ ପାଲାକଷଣ୍ଢା ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ I ସମସ୍ତ ମ୍ୟାଚ୍ ରେ ବସନ୍ତ ବେହେରା ଅମ୍ପାୟାର କାର୍ଯ୍ୟ ତୁଲାଇଥିଲେ I ସୂଚନା ଥାଉ କି ସ୍ଵର୍ଗତ ଜଗନ୍ନାଥ ଜଣେ ମେଳାପୀ ଏବଂ କ୍ରୀଡା ପ୍ରେମୀ ଛାତ୍ର ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିବା ବେଳେ ଗତ ବର୍ଷ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା I ତେଣୁ ତାଙ୍କରି ସ୍ମୃତିରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବାକୁ ବଡ଼ ଭାଇ ନାରାୟଣ ଏବଂ ଗ୍ରାମବାସୀ ନିଷ୍ପତି ନେଇଥିଲେ I ଟୁର୍ଣ୍ଣାମେଣ୍ଟ୍ ର ପ୍ରତ୍ଯେକ ମ୍ୟାଚ୍ ର ଆରମ୍ଭରେ ଜଗନ୍ନାଥଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଉଥିଲା I ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ ଟି ସ୍ୱର୍ଗତ ଜଗନ୍ନାଥଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଥିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି I

LEAVE A REPLY

Please enter your comment!
Please enter your name here