କ୍ରିଡାବିତଙ୍କ ଭତ୍ତା ବଢିଲା

0
681

ଭୁବନେଶ୍ବର : କ୍ରିଡାବିତଙ୍କ ପାଇଁ ଖୁସି ଖବର। କ୍ରିଡାବିତମାନଙ୍କ ପାଇଁ ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରୀଡ଼ାକୁ ଅଧିକ ମଜବୁତ ପାଇଁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ମାସିକ ଭତ୍ତା ୨୦୦ରୁ ୫୦୦କୁ ବୃଦ୍ଧି ହୋଇଛି। ସେହି ପରି କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ର ମାନଙ୍କ ପାଇଁ ମାସିକ ଭତ୍ତା ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜାତୀୟ ସ୍ପୋର୍ଟ୍ସ ଫେଡେରେସନ ଦ୍ବାରା ସ୍ବୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ବର୍ଷକ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ମିଳିବ। ସେହିପରି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରିଡାବିତ ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଲେଖାଏଁ ଭତ୍ତା ରାଶି ଏକ ବର୍ଷ ପାଇଁ ଦିଆଯିବ। ଜାତୀୟ ରେକର୍ଡ ଏକ ବର୍ଷ ମଧ୍ୟ ଭଙ୍ଗ ନହୁଏ, ତେବେ ସେହି କ୍ରୀଡାବିତଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ। ଜାତୀୟ ଦଳରେ ଭାଗ ନେବାକୁ ଥିବା ମନୋନୀତ କ୍ରୀଡାବିତଙ୍କୁ ମାସିକ ୧୦୦୦ ଟଙ୍କା ପ୍ରଦାନ କରାଯିବ। କ୍ରୀଡା ହଷ୍ଟେଲରେ ରହିଥିବା ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ମଧ୍ୟ ପାଇପାରିବେ।

LEAVE A REPLY

Please enter your comment!
Please enter your name here