ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ; ବୈଠକକୁ ନେଇ ବିଲ୍ଡର ସଂଘ ଖପ୍ପା।

0
874

ବ୍ରହ୍ମପୁର,୦୯/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ବୈଠକ ବିଡିଏର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଥରିଟି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ବେହେରା ଓ ବିଡିଏ ସଚିବ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ପ୍ଲାନ ଅପରୁଭାଲ, ରାସ୍ତାଘାଟ ପ୍ରଶସ୍ତିକରଣ, ସର୍ବକ୍ଷମା ଯୋଜନାର କାର୍ଯ୍ୟକାରିତା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ରକ ଗାର୍ଡେନ ଓ ଅନ୍ୟ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ସହିତ ମହାନଗର ମଧ୍ୟରେ ବର୍ଷା ଜନିତ ଜଳ ନିଷ୍କାସନ ଓ ହଳଦିଆପଦର ସ୍ଥିତ ନୂତନ ବସଷ୍ଟାଣ୍ଡକୁ କିଭଳି କାର୍ଯ୍ୟକ୍ଷମ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ତେବେ ବିଡିଏ ଅଥରିଟି ବୈଠକରେ ବିଲ୍ଡର ସଂଘର ଜଣେ ପ୍ରତିନିଧିଙ୍କୁ ବୈଠକରେ ସାମିଲ କରିବାନେଇ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ହେଁ କେହି କର୍ଣ୍ଣପାତ କରୁନଥିବାରୁ ବିଲ୍ଡର ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here