୩ ମାସ ବଢିଲା ପ୍ୟାନକାର୍ଡ ଓ ଆଧାର ଲିଙ୍କ୍ କରିବାର ଶେଷ ତାରିଖ

0
757

ନୂଆଦିଲ୍ଲୀ : ପୁଣି ବଢିଲା ପ୍ୟାନକାର୍ଡ ଓ ଆଧାରକାର୍ଡ ନମ୍ବର ଲିଙ୍କ କରିବାର ଶେଷ ତାରିଖ । ପ୍ୟାନକାର୍ଡ ସହ ଆଧାର ନମ୍ବର ଲିଙ୍କ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିବାବେଳେ ତାହାକୁ ଆଉ ୩ ମାସ ଅର୍ଥାତ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ଏ ସଂପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଟ୍ବିଟ କରି ଘୋଷଣା କରାଯାଇଛି । ଏହାକୁ ମିଶାଇ ଗତ ୨ ବର୍ଷ ମଧ୍ୟରେ ପ୍ୟାନ ଓ ଆଧାର ଲିଙ୍କ କରିବାର ଶେଷ ତାରିଖ ମୋଟ ୭ ଥର ବଢିଲାଣି ।
ଗତ ବର୍ଷ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାର ପ୍ୟାନ ଲିଙ୍କ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ସେପ୍ଟେମ୍ବର ୩୦ ପର୍ଯନ୍ତ ବଢାଇଦେଇଥିଲେ । ଏହା ପୂର୍ବରୁ ଗତବର୍ଷ (୨୦୧୮) ମାର୍ଚ୍ଚ ୨୭ରେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଲିଙ୍କ କରିବାର ଶେଷ ତାରିଖକୁ ଜୁନ ୩୦କୁ ବଢାଇଦେଇଥିଲେ । ପରେ ଏହାକୁ ମାର୍ଚ୍ଚ ୩୧, ୨୦୧୯କୁ ବଢାଯାଇଥିଲା ।

LEAVE A REPLY

Please enter your comment!
Please enter your name here