ଅନ୍ତଃ ରାଷ୍ଟ୍ରୀୟ ଖେଳାଳି ଏବେ କୁଲି ମୋଜୁରିଆ

0
433

ନବରଙ୍ଗପୁର/ଉମରକୋଟ(କ୍ରିଷ୍ଣା ସାହୁ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ଷି ପଞ୍ଚାୟତ ତେଲାରି ଗ୍ରାମର ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗୀ ଅରୁଣ ସାନ୍ତା । ଦେଶ ପାଇଁ ପ୍ରତିନିଧିତ୍ଵ କରି 2ଥର ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାଛଡା ଜାତୀୟ ସ୍ତରରେ ମଧ୍ୟ ତାଙ୍କ ନାମରେ ରହିଛି ଅନେକ ପଦକ। ଅଲିମ୍ପିକ୍ ଖେଳି ଦେଶ ପାଇଁ ଆହୁରି ଗୌରବ ଆଣିବା ଥିଲା ତାଙ୍କ ଲକ୍ଷ୍ୟ । ଅର୍ଥାଭାବ ବେଳେ ସରକାରୀ ସହାୟତା ନ ମିଳିବାରୁ ଅରୁଣଙ୍କ ଅଲିମ୍ପିକ୍ ଖେଳିବା ସ୍ବପ୍ନ ତାଙ୍କର ଅଧୁରା ରହିଗଲା। ସରକାରୀ ସହାୟତା ଯୋଗାଇଦେଲେ ସେ ପୁଣୀଥରେ ଖେଳରେ ଆଗକୁ ବଢ଼ି ପାରିବେ ବୋଲି କହିଛନ୍ତି। ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏଁ ଝରିଗାଁ ତେଲକୋନଡି ସ୍କୁଲ ରେ ଅରୁଣ ଙ୍କ ପାଠ ପଢା। ଚତୁର୍ଥ ରୁ ସପ୍ତମ ଶ୍ରେଣୀ ଯାଏଁ ବଡଭରଣ୍ଡି ଆଶ୍ରମ ବିଦ୍ୟାଳୟରେ ପାଠ ପଢିଥିଲେ ସେହିଠାରୁ ବ୍ରହ୍ମପୂର୍ ସ୍ପୋର୍ଟସ ହଷ୍ଟେଲରେ ରହି ଭାରତ୍ତଲୋନ ତାଲିମ ନେଇଥିଲେ। ସେଠାରୁ ସେ ଭାରତ୍ତଲନରେ ବିଭିନ୍ନ ଜାତୀୟ ଅନ୍ତଃଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ୨୦୧୨ରେ ମ୍ୟାଁମାରରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ ସିପ୍ରେ, ନ୍ୟୁଲ୍ୟାଣ୍ଡ ରେ ହୋଇଥିବା କମନ୍ ୱେଲଥ୍ ଗେମ୍ ରେ ତାଙ୍କୁ ସ୍ୱର୍ଣ୍ଣ୍ ପଦକ ମିଳିଥିଲା। ଏହାଛଡା ଜାତୀୟ ସ୍ତରରେ ଦିଲ୍ଲୀ, ହରିୟାଣା, ଓ ମହାରାଷ୍ଟ୍ର ରେ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାରେ ଅରୁଣ ସ୍ଵର୍ଣ୍ଣ, ବ୍ରଞ୍ଚ ଭଳି ପଦକ ଜିତିପାରିଥିଲେ। ଅଲିମ୍ପିକ୍ ଖେଳିବା ତାଙ୍କର ଲକ୍ଷ୍ୟ ଥିଲା କିନ୍ତୁ ସେହି ସମୟରେ ସରକାରୀ ସହାୟତା ମିଳିନଥିବାରୁ ତାହା ସମ୍ଭବ ହେଲା ନାହିଁ ବୋଲି ଅରୁଣ କହିଛନ୍ତି। ଏହାପରେ କିଛିଦିନ ଭୁବନେଶ୍ୱର ର ଗୋଟିଏ ଜିମ୍ ରେ କାମ କରିଥିଲି । ଜିମ୍ ବନ୍ଦ୍ ହୋଇଯିବାରୁ ଲକ୍ ଡାଉନ୍ ରେ ଘରକୁ ଆସି ନିଜର ଚାଷ କାମ ସହ ଅନ୍ୟର ଘରେ କୁଲି ମଜୁରିଆ ଭାବେ କାମ କରୁଛି ବୋଲି ଅରୁଣ କହିଛନ୍ତି। ଉମରକୋଟ ରେ ଗୋଟିଏ ସ୍ପୋର୍ଟସ ଏକାଡେମୀ ଖୋଲିବାକୁ ଇଚ୍ଛା କୀନ୍ତୁ ସେଥିପାଇଁ ବହୁତ ଟଙ୍କା ଦରକାର ଆମ ଅଞ୍ଚଳରେ ବହୁତ୍ ପ୍ରତିଭାବାନ୍ ପିଲା ଅଛନ୍ତି । ତାଲିମ ମିଳିଲେ ଦେଶ ପାଇଁ ନା କରି ପାରିବେ । ମୁଁ ଖେଳ ପାଇଁ ପାଠ ପଢିବା କୁ ସମୟ ଦେଇ ପାରିଲି ନାହିଁ, କେନ୍ଦ୍ର କିମ୍ବା ରାଜ୍ୟ ସରକାର ସହାୟତା ଯୋଗାଇ ଦେଲେ ଖୁସି ହୋଇଥାନ୍ତି ବୋଲି ଅରୁଣ ସାନ୍ତା କହିଛନ୍ତି।

LEAVE A REPLY

Please enter your comment!
Please enter your name here