ବ୍ରହ୍ମପୁର ଫର୍ମାସୀଟିକାଲ ୱାରକର୍ସ ୟୁନିଅନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
300

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ଫର୍ମାସୀଟିକାଲ ୱାରକର୍ସ ୟୁନିଅନ ତରଫରୁ ଏକ ପ୍ରସ୍ତୁତି ବୈଠକ ସଂଗଠନ ର ସଭାପତି ବସନ୍ତ ନନ୍ଦ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ନୀଳକଣ୍ଠସ୍ୱର ମନ୍ଦିର ଠାରେ ଆଜି ଅନୁଷ୍ଠିତ ହୋଇ 26ନଭେମ୍ବର 2020 ଦେଶବ୍ୟାପୀ ସାଧାରଣ ଧର୍ମଘଟ ରେ ୟୁନିଅନ ର ସମସ୍ତ ଶ୍ରମିକ, କର୍ମଚାରୀ, ସଭ୍ୟ ଓ ସମର୍ଥକ ସାମିଲ ହୋଇ ଧର୍ମଘଟ କୁ ସଫଳ କରିବା ପାଈଁସର୍ଵସଂମତି ରୂପେ ପ୍ରସ୍ତାବ ଗ୍ରହଣ କରାଯାଇଛି. ଉକ୍ତ ବୈଠକ ରେ ସଭାପତି ବସନ୍ତ ନନ୍ଦ, ସମ୍ପାଦକ କେ. ମୋହନ ରାଓ, ସନ୍ତୋଷ ସାହୁ, ତୋଫାନ ମହାନ୍ତି, ଆପୁଲ ରାଜୁ,ମାଧବ ରାଓ, ସାଇବ ବେହେରା,, ଜିତେନ୍ଦ୍ର ବେହେରା, ପ୍ରଶାନ୍ତ ଶତପଥୀ, କାଳୁ ନାହାକ, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here