ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ର ପୂରାତନ ଛାତ୍ର ସଂସଦ ପକ୍ଷରୁ ଏଜୁକୁଟିବୋଡି ବୈଠକ

0
308

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦର ପକ୍ଷରୁ ଏକ କମିଟି ବୈଠକ ରବିବାର ଦିନ ମହାବିଦ୍ୟାଳୟ ର ଆର୍ଟସ-ବ୍ଲକରେ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ମହାବିଦ୍ୟାଳୟ ର ପୂରାତନ ଛାତ୍ର ସଂସଦ କମିଟିର ସମ୍ପାଦକ ଡ଼ଃ ଶଙ୍କର ପ୍ରସାଦ ବକ୍ସିଙ୍କ କାର୍ଯ୍ୟକାରୀ ସଭାପତି ଶ୍ରୀ ନାସିର ବେଗ ଉପସଭାପତି ଶ୍ରୀ ମତୀ ଆଶାଲତା ପାଣିଗ୍ରାହୀ ପ୍ରମୁଖ ମଞ୍ଚଆସିନ ଥିଲେ। ଏହି ବୈଠକରେ ମୁଖ୍ୟତଃ ମହାବିଦ୍ୟାଳୟ ପରିସରରେ ଥିବା ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦର ଅତିଥିଭବନ ଓ ଆଗାମୀ ଜେନେରାଲ ବଡ଼ି ମିଟିଙ୍ଗ ସମେତ “ମୋ କଲେଜ ଅଭିଯାନ” ଆଲୁମିନି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଅପରପକ୍ଷରେ
ଅନ୍ୟାନ୍ୟ ବିଷୟରେ ବିଭିନ୍ନ ପ୍ରକାର ଆଲୋଚନା ଏବଂ ପୁରାତନ ଛାତ୍ର ସଂସଦର ଅତିଥିଭବନ ସମ୍ପର୍କରେ ଆଲୋଚନା କରି ସମାଧାନ ପନ୍ଥା ବାହାର କରିବା ପାଇଁ ପୁରାତନ ଛାତ୍ର ସଂସଦର ଏକ ପ୍ରତିନିଧି ଦଳ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ଶ୍ରୀ ଦେବାଶିଷ ପାଢ଼ୀ , ଶ୍ରୀ ରୂପେଶ ସାହୁ , ଶ୍ରୀ ଗଜେନ୍ଦ୍ର ପଣ୍ଡା , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀମତୀ କଳ୍ପନା ପଟନାୟକ , ସନ୍ତୋସିନୀ ପାଢ଼ୀ , ଶ୍ରୀ ହରି ମୋହନ ପଟନାୟକ , ଶ୍ରୀ ଶରତ ପାତ୍ର , ଶ୍ରୀ ପାଢି ବାବୁ ଓ ଶ୍ରୀ ପାଣ୍ଟାଲା ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ ଦିନରେ ମହାବିଦ୍ୟାଳୟ କତୃପକ୍ଷ ସହିତ ପୂରାତନ ଛାତ୍ର ସଂସଦ ସାମଞ୍ଜସ୍ୟ ରହି ସମସ୍ତ କାର୍ଯ୍ୟ ନିର୍ବାହୀ କରାଯିବ ବୋଲି ଆଲୋଚନା କରିଥିଲେ
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here