ବେଗୁନିଆପଡା ବ୍ଲକରେ “ମୋ ନିବେଦନ” କାର୍ଯ୍ୟକ୍ରମ ଉଦଘାଟିତ, ପ୍ରଥମ ଦିନରେ ଦୁଇ ପଞ୍ଚାୟତବାସୀ ଅଭିଯୋଗ କଲେ l

0
628

ବେଗୁନିଆପଡା ୯/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଏହି ବ୍ଲକ ଅନ୍ତର୍ଗତ କେ. ବରିଡା ଓ ଖଣ୍ଡିଆନଇ ପଞ୍ଚାୟତରେ ଶୁକ୍ରବାର ଦିନ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି “ମୋ ନିବେଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହାକୁ ବିଡ଼ିଓ ଅରୁଣ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ବ୍ଲକ ଶିକ୍ଷାଧିକାରୀ କମଳାକାନ୍ତ ସାହୁ, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ଯୋଗାଣ ନିରୀକ୍ଷକ ପୂରଞ୍ଜୟ ସାହୁ, RWSS ଯନ୍ତ୍ରୀ କେ.ରାମା ରାଓ, ବ୍ଲକ ଜନ ମଙ୍ଗଳ ଅଧିକାରୀ ସୁନୀଲ କୁମାର ମିଶ୍ର, କେ. ବରିଡା ସରପଞ୍ଚ ଚିତ୍ରସେନ ନାୟକ, ଖଣ୍ଡିଆନଇ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନ, କୃଷି ବିଭାଗ, ଉଦ୍ୟାନ ବିଭାଗ ସମେତ ବ୍ଲକ ଓ ଉଭୟ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

ଗ୍ରାମାଞ୍ଚଳ ଗୁଡିକରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମାଧାନ ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମରେ ସାଧାରଣତଃ ରେସନ କାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ମୋ କୁଡ଼ିଆ, ଆବାସ, ସ୍ଥାୟୀ ଜମିପଟ୍ଟା, ପାନୀୟ ଜଳ ସମସ୍ୟା ଆଦି ଉପରେ ଅଭିଯୋଗ ହୋଇଥିବା ବେଳେ ବୀର ଜଗନ୍ନାଥପୁରରେ ସ୍ମଶାନ ଗୃହ ଓ ରାସ୍ତା ନିର୍ମାଣ, ପୋଖରୀ ପୁନରୁଦ୍ଧାର ପାଇଁ ଗ୍ରାମବାସୀ ସାମୁହିକ ଅଭିଯୋଗ କରିଥିଲେ l ଖଣ୍ଡିଆନଇ କ୍ୟାନ୍ସର ପୀଡିତ ସୁରେନ୍ଦ୍ର ମହାନ୍ତି ଓ ଦେଉଳିଆପଡାର ବ୍ରେନ ଟ୍ୟୁମର ଆକ୍ରାନ୍ତ ବିନୋଦ ଡାକୁଆ ନିଜର ଦୁଃଖକୁ ଅଭିଯୋଗ ଜରିଆରେ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here