ଅମୃତଧାରା ଶିଶୁ ସାହିତ୍ୟ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତq

0
424

ବ୍ରହ୍ମପୁର() ସ୍ଥାନୀୟ ଅମୃତଧାରା ଶିଶୁ ସାହିତ୍ୟ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଗୋଇଲୁଣ୍ଡ ସ୍ଥିତ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ବିଦୁଷୀ ଲୋପା ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ, ଡ଼ ବନମାଳୀ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ, ଗବେଷିକା ଡ଼ ସୂଚନା ପାଢୀ ସମ୍ମାନୀତ ଅତିଥି, ଡ଼ କୁଳମଣି ଓଝା ମୁଖ୍ୟ ଅତିଥି ଯୋଗଦେଇ ଲେଖକ ଲେଖିକାମାନେ ଶିଶୁ ସାହିତ୍ୟ ସ଼୍ଙୃଷ୍ଟି ଦିଗରେ ଆଗ୍ରହ ପ୍ରକାଶ କରିବା ବହୁ ଆବଶ୍ୟକ ବୋଲି କହିଥିଲେ l
ଏହି ଅବସରରେ ଶିଶୁ ସାହିତ୍ୟିକ ଶ୍ରୀ ନିରଞ୍ଜନ ତ୍ରିପାଠୀଙ୍କୁ ‘ଅମୃତଧାରା ଶିଶୁ ସାହିତ୍ୟ ସମ୍ମାନ 2020’ରେ ସମ୍ମାନୀତ କରାଯାଇଥିଲା l ତତ୍ ସହିତ ଶିଶୁ କବି ଶ୍ରୀମାନ୍ ଆଂଶିକ ପ୍ରିୟଦର୍ଶୀ ପଣ୍ଡା ଏବଂ ହିଲ୍ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ‘ଶ୍ରେଷ୍ଠ ବିଦ୍ୟାର୍ଥୀ 2020 ସମ୍ମାନ’ ରେ ଶ୍ରୀମାନ୍ ଅଭିଷେକ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା l
ଅନୁଷ୍ଠାନର ଉପଦେଷ୍ଟା ତଥା ସମ୍ପାଦକ ଶ୍ରୀ ନରେଶ କୁମାର ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ସମ୍ପାଦିକା ବିଦୁଷୀ ଲୋପା ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ l ଅଙ୍କିତ କୁମାର ଦାସ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ଶିଶୁ କବିତା ପାଠ କରିଥିଲେ ସୁଦ୍ଧାଜଳି ମିଶ୍ର, ବି ସତ୍ୟମ୍ ଆଚାରୀ, ଦୀପ୍ତି ଲେଖା ମିଶ୍ର, ନିରଞ୍ଜନ ତ୍ରିପାଠୀ, ସ୍ଵର୍ଣ୍ଣମୟୀ ପାଢୀ, ସଂଯୁକ୍ତା ରାଣୀ, ବିଦିସା ପାତ୍ର, ଆର୍ ସୁନନ୍ଦା ଚୌଧୁରୀ, ପ୍ରଫୁଲ୍ଲ ତ୍ରିପାଠୀ ପ୍ରମୁଖ l
ମାନପତ୍ର ପାଠ କରିଥିଲେ ଶ୍ରୀ ସୁଶାନ୍ତ କୁମାର କର l ଇଁ ସ୍ଵାଗତିକା ରାଉତ, ଅଂଶିକା ରାଉତ, ସତ୍ୟବ୍ରତ ରାଉତ, ଶେଖର ସୁମନ ମାଝୀ ଏବଂ ଅନ୍ୟମାନେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here