ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

0
260

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ  ସୋମବାର ଦିନ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ରେ ୩୮ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ୩୧ ଗୋଟି ସାମୁହିକ  ୭ଗୋଟି ଥିଲା . ଦୁଇ ଗୋଟି ତୁରନ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଛି । ଅନ୍ୟ ୩୬ ଗୋଟି ଅଭିଯୋଗ ଶୁଣାଣୀ କୁ ଜିଲ୍ଲାପାଳ ସଂପୃକ୍ତ ଥିବା ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ସମାଧାନ  କରିବା ସକାଶ ନିର୍ଦ୍ଦେଶ ଦେଇଛନ୍ତି . ଜଣଙ୍କୁ ରେଡ଼କ୍ରସ ପକ୍ଷରୁ ଚିକିତ୍ସା ସକାଶେ ଦଶ ହଜାର ସହାୟତା କରାଯାଇଥିବାର ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବ୍ଳକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here