ଶଶିଭୂଷଣ ରଥଙ୍କ ୧୩୬ତମ ଜୟନ୍ତୀ ପାଳନ

0
544

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍ଲୃତିକ କେନ୍ଦ୍ର ଦ୍ବାରା ଗଞାମ ବ୍ୟାଘ୍ର ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳିତ ହୋଇ ଜାଇଛି । ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାରୋହ ରେ ଡା.ଚନ୍ଦ୍ରମଣି ସ୍ବାଇଁ ମୁଖ୍ୟ ଅତିଥି ଓ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସର୍ବଶ୍ରୀ ଗୋଦାବରୀଶ ଦାସ, ମଜେନ୍ଦ୍ର ନାଥ ସାହୁ, ପାର୍ବତୀ ପ୍ରସାଦ ପାଢି, ସୁନୀଳ କୁମାର ସାହୁ, ମାନସ ରଞନ ପାତ୍ର , ପ୍ରସନ୍ନ କୁମାର ପାଢୀ, ଭ ବାନୀ ଶଙ୍କର ପାଣିଗ୍ରାହୀ, ଶ୍ରୀମତି ଜ୍ୟୋତ୍ସ୍ନାରାଣିୋ ସ୍ବାଇଁ ପ୍ରମୂଖ ନିଜ ବୟାନରେ ଏକ ଜୋଗ ଜନ୍ମା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ମହମ୍ମଦ ଆସଲାମ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସର ରେ ୨୦୨୦ ପାଇଂ କର୍ମକର୍ତ୍ତା ଚୟନ ହୋଇଥିଲା । କୃଷ୍ଣ ଚନ୍ଦ୍ର ଦାସ, ସଭାପତି, ଡା. ଚନ୍ଦ୍ରମଣି ସ୍ବାଇଁ, ଉପ ସଭାପତି ; ମହମ୍ମଦ ଆସଲାମ ସାଧାରଣ ସମ୍ପାଦକ, ମହେନ୍ଦ୍ର ନାଥ ସାହୁ , ସଂଗଠନ ସମ୍ପାଦକ; ଜୋତ୍ସ୍ନାରାଣୀ ସ୍ବାଇଁ, ସାଂସ୍କୃତିକ ସମ୍ପାଦକ ; ପାର୍ବତୀ ପ୍ରସାଦ ପାଢୀ, ସମାଜ ମଙ୍ଗଳ ସମ୍ପାଦକ ଓ ମାନସ ରଞନ ପାତ୍ର କୋଷାଧ୍ୟକ୍ଷ ରୂପେ ସର୍ବ ସମ୍ମତିରେ ଚୟନ ହୋଇଥିଲେ।ନୂତନ ବର୍ଷ ରେ ବ୍ୟାପକ ବୃକ୍ଷ ରୋପଣ ଓ ସବୁଜିମା କାର୍ଯ୍ୟ କରାଜିବ ବୋଲି ସଭାପତି କହିଥିଲେ।

LEAVE A REPLY

Please enter your comment!
Please enter your name here