ବେଲଗୁଣ୍ଠା ଜି.ଟି ହାଇସ୍କୁଲ ୧୯୯୦ ମସିହା ଦଶମ ଶ୍ରେଣୀ ଛାତ୍ରଙ୍କ ବନ୍ଧୁ ମିଳନ

0
319

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୧୯୯୦ ମସିହା ଦଶମ ଶ୍ରେଣୀ ଛାତ୍ରଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମାଁ ବାଳକୁମାରୀ ପୀଠରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ବନ୍ଧୁ ଯୋଗ ଦେଇ ନିଜ ନିଜ ବିଦ୍ୟାଳୟ ସମୟର ସ୍ମୃତି ଉଜ୍ଜୀବିତ କରିଥିଲେ ।ସମସ୍ତେ ନିଜ ନିଜ କର୍ମ ମୟ ଜୀବନରେ ବ୍ୟସ୍ତ ରହିଲେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଏକ ନୁତନ ଉନ୍ମାଦ ଯୋଗାଇଥାଏ ବୋଲି ମତପ୍ରକାଶ ହୋଇଥିଲା ।ଆଗାମୀ ଦିନରେ ଏହି ୧୯୯୦ ମସିହା ପୁରାତନ ସଂଘ ତରଫରୁ ବେଲଗୁଣ୍ଠାରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାର ଦୀର୍ଘ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବନ୍ଧୁତ୍ୱ ତଥା ଭାତୃଭାବ ବଜାୟ ରହିବ ବୋଲି ସମସ୍ତେ ଆଶାପୋଷଣ କରିଥିଲେ ।କାର୍ଯ୍ୟକ୍ରମରେ ତାରା,ପ୍ରଭାତ,ଚକ୍ରଧର,ସଞ୍ଜୟ, ଶଙ୍କର, ସନ୍ତୋଷ, ମନୋଜ, ଶଶାଙ୍କ, ଦାମୋଦର ତ୍ରିପତୀ,ସୁନୀଲ, ଭଗବାନ, ଅଶୋକ, ମଧୁ,ପ୍ରଶାନ୍ତ,ଆଲୋକ, ବାଲ୍ୟ, ଦ୍ବାରିକା,ହିମାଂଶୁ, ଉପେନ୍ଦ୍ର, ତ୍ରିଲୋଚନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here