ପୁଣି ଜଣେ ଆଇପିଏଲ ବୁକି, ଅଜୟ ଗିରଫ

0
295

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ଡିସେମ୍ବର ୧୩ ତାରିଖ ରାତିରେ ଗୋସାଣିନୁଆଗାଁ ପୋଲିସ ପୁଣି ଜଣେ ଆଇପିଏଲ ବୁକିକୁ ଗିରଫ କରିଛି। ଗୋସାଣିନୂଆଗାଁ ଥାନା କେଶ ନଂ ୧୪୧/ ୨୦ ତାରିଖ ୨୯/୧୦/୨୦ ପ୍ରକାରେ ପୂର୍ବରୁ ମାଷ୍ଟର ମାଇଣ୍ଡ ଲାଲି ଆଚାରୀ ଓ ବିଶାଲ ଅଗ୍ରୱାଲ ଗିରିଫ କରାଯାଇଥିବା ବେଳେ ଶନିବାର ରାତ୍ର ବ୍ରହ୍ମପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପତି ଓ ଆରକ୍ଷୀ ନିରୀକ୍ଷକ ସୁମତି ସୋରେନଙ୍କ ନେତୃତ୍ୱରେ ପୋଲିସ ବାହିନୀ ଗୋସାଣିନୁଆଗାଁ ଥାନା ଅନ୍ତର୍ଗତ କନସି ହାଟ ନିକଟ ସଦାନନ୍ଦ ବିହାର ପଞ୍ଚମ ଗଳିର ରାଜରାଣୀ ପିସ୍ ହୋମ ଆପାର୍ଟମେଣ୍ଟ ଫ୍ଲାଟ ନମ୍ବର ୩୦୩ ରେ ଚଢ଼ାଉ କରି ଲାଳିର ଘନିଷ୍ଠ ସହଯୋଗୀ ଅଜୟ କୁମାର ପଣ୍ଡା ଓରଫ ଅଜୁ କୁ କାବୁକରି ଗିରଫ କରିବାରେ ସଫଳ ହୋଇଥିଲେ। ଗୋଶାଣିନୁଆଗାଁ ଥାନାରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକୀ ମିଶ୍ରଙ୍କ ସମେତ ବ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁ ପତି, ଆଇଆଇସି ସୁମତି ସୋରେନ ଓ ଅନ୍ୟ ପୋଲିସ ଅଧିକାରୀ ବୃନ୍ଦ ଅଜୟ କୁମାର ପଣ୍ଡାକୁ ପଚରାଉଚରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଗିରଫ ବେଳେ ପୋଲିସ ଅଜୟ ଠାରୁ ନଗଦ ୧୧,୫୦୦ ଟଙ୍କା ସହ ୫ ଟି ମୋବାଇଲ, ସିମ କାର୍ଡ଼, ଏସ୍ଡ଼ି କାର୍ଡ଼, ଓ ଏଟିଏମ କାର୍ଡ଼ ଜବତ କରିଥିଲେ। ୧୪/୧୨/୨୦ ତାରିଖରେ ଅଜୟ କୁମାର ପଣ୍ଡାକୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here