ଡକ୍ଟର ଶରତ କୁମାର ଜେନାଙ୍କୁ ଅଭିନନ୍ଦନ

0
303

ବୁଗୁଡା(ଅନିଲ କୁମାର ମହାରଣା) ଓଡିଶାର ବାଣୀଭଣ୍ଡାରକୁ ଗଞ୍ଜାମ ଜିଲ୍ଲାର ସାହିତ୍ୟିକ ଓ ପ୍ରଜ୍ଞା ଦୀପ୍ତି ବ୍ୟକ୍ତିତ୍ବ ମାନେ ସବୁ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ଓଡ଼ିଆ ଭାଷାର ସମୃଦ୍ଧି କ୍ଷେତ୍ରରେ ସବୁ ସମୟରେ ଗଞ୍ଜାମ ଜିଲ୍ଲା ଆଗରେ ରହି ଆସିଅଛି। ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତେ ଗଞ୍ଜାମ ପ୍ରତି ଗୁରୁତ୍ବ ଦେଇଆସିଛନ୍ତି । ବର୍ତ୍ତମାନ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବେ ଗଞ୍ଜାମ ଜିଲ୍ଲାର ଜଣେ ଉଦୀୟମାନ ଯୁବ ସାହିତ୍ୟିକ ତଥା ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପ୍ରଧ୍ୟାପକ ଡକ୍ଟର ଶରତ କୁମାର ଜେନା ନିର୍ବାଚିତ ହେବା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୋୖରବା ଆଣି ଦେଇଛି । ଏହି ଅବସରରେ ନବ ନିର୍ବାଚିତ ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଡଃ ଶରତ କୁମାର ଜେନା ଙ୍କୁ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ଅଭିନନ୍ଦନ ଜ୍ଞାପନ ସହ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି। ଏନେଇ “ଘୁମୁସର ର ସ୍ବର” ପକ୍ଷରୁ ପ୍ରତିଷ୍ଠାନର ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ଅନନ୍ତ କର, ଅଶୋକ ନନ୍ଦ, ଗୈାରୀପତି ଦାଶ, ବୈଷ୍ଣବ ଚରଣ ଦାଶ, ବିଭୁତି ଭୁଷଣ ମିଶ୍ର, ଖଲିପରିଡା, ଜି.ରାଜେଶ୍ବର ପାତ୍ର, କୈଳାସ ଚନ୍ଦ୍ର ପ୍ରଧାନ, ଧୃବ ପାଣିଗ୍ରାହୀ, ଚିତ୍ତ ରଞ୍ଜନ ଦାସ,ଡ଼ଃ.ବ୍ରଜ କିଶୋର ପାଢ଼ୀ, ଇ.ନିଳାଞ୍ଚଳ ପାତ୍ର, ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଂପର୍କରେ ଆଲୋଚନା କରିବା ସହ ଡଃ ଶରତ କୁମାର ଜେନାଙ୍କ କୃତିତ୍ୱ ଓ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶଂସା କରାଯାଇ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। “ଘୁମୁସର ର ସ୍ୱର”ର ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here