କର୍ପୋରେଟ୍ ସପକ୍ଷବାଦୀ କୃଷି ଆଇନର ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନଙ୍କ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ମିଳିତ ଧାରଣା

0
327

ଗଞ୍ଜାମ()ମୋଦି ସରକାରର କୃଷି ଓ କୃଷକ ସର୍ବନାଶକାରୀ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ ଆଦି ଦାବିରେ ଗତ ଅଠର ଦିନ ଧରି ଦିଲ୍ଲୀ ସୀମାରେ ଲକ୍ଷ ଲକ୍ଷ କୃଷକ ଶୀତ କାକରରେ ପଡି ରହି ଆନ୍ଦୋଳନ କରୁଥିବା ବେଳେ କର୍ପୋରେଟ୍ ସପକ୍ଷବାଦୀ ମୋଦି ସରକାର କୃଷକ ମାନଙ୍କ ଦାବିକୁ ମାନିବା ପରିବର୍ତ୍ତେ କଥାଭାଷାର ନାଟକ କରି ସେମାନଙ୍କୁ ପ୍ରତାରଣା କରିଛି ।
ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରାରେ କୃଷକ ସଂଗଠନମାନଙ୍କ ସର୍ବ ଭାରତୀୟ ମଂଚ, ଅଖିଳ ଭାରତ କୃଷକ ସଂଘ ସମନ୍ଵୟ ସମିତି (ଏଆଇକେଏସସିସି) ପକ୍ଷରୁ ଆଜି ସାରା ଦେଶର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାର ଆୟୋଜନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାର କୃଷକ ସଙ୍ଗଠନମାନଙ୍କ ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକମାନଙ୍କ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ଧାରଣା ପୂର୍ବରୁ ସ୍ଥାନୀୟ ପିଲିବନ୍ଧ ଠାରୁ କୃଷକମାନେ ଏକ ଶୋଭାଯାତ୍ରାରେ ବାହାରି ଧାରଣାସ୍ଥଳରେ ପହଞ୍ଚିଥିଲେ ।
କୃଷକ ନେତା ହରିକୃଷ୍ଣ ରେଡ୍ଡୀଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଏଆଇକେଏସର ରାଜ୍ୟ ନେତା ଶ୍ରୀହର୍ଷ ରଥ, ପ୍ରକାଶ ପାତ୍ର, ଏନ୍ ନାରାୟଣ ରେଡ୍ଡୀ, ଓଡିଶା କୃଷକ ସଭାର ନେତା କୈଳାସ ଷଡ଼ଙ୍ଗୀ, ଗୋପାଳ ପାଣିଗ୍ରାହୀ, ବିଦ୍ୟାଧର ଜେନା, ଏଆଇକେକେଏସର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଏଆଇକେକେଏମଏସର ନେତା ସୋମନାଥ ବେହେରା, ପପୁନ୍ କୁମାର ସାହୁ, ଋଷିକୂଲ୍ୟା ରଇତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଅଗ୍ରଗାମୀ କୃଷକ ସଂଗଠନର ବିଭୁଦେନ୍ଦ୍ର ପାଢୀ, ଆଇଏଫଟିୟୁ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନୃସିଂହ ରଥ, ଟିୟୁସିଆଇ ନେତ୍ରୀ ପି ପାର୍ବତୀ, ମାନବ ଅଧିକାର ସୁରକ୍ଷା ମଂଚର ଅବନୀ କୁମାର ଗୟା, କ୍ରାନ୍ତି ଯୁବଛାତ୍ର ସଂଗଠନର ଇଜୁ ଅମିନ୍ ଖାନ୍ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ମୋଦି ନେତୄତ୍ଵାଧିନ ଆରଏସଏସ୍ ଓ ବିଜେପି ସରକାର ତୁରନ୍ତ କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here