ଇଚ୍ଛାପୁର-ବାଲୁଗାଁ ଜାତୀୟ ରାଜପଥ କେଶପୁର ଟୋଲ୍ ଗେଟ୍ ଠାରେ ଟୋଲ ଶୁକ୍ଳ ସଂଗ୍ରହକୁ ବିରୋଧ

0
355

ବ୍ରହ୍ମପୁର() କୃଷକ ବିରୋଧୀ ୩ଟି କଳା ଆଇନ ଏବଂ ପ୍ରସ୍ତାବିତ ନୂତନ ସଂଶୋଧନ ବିଦ୍ୟୁତ ବିଲ୍ ୨୦୨୦ କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡାକରା ଦେଇଛି ଯେ କେନ୍ଦ୍ର ସରକାର ତୁରନ୍ତ କୃଷକ ମାନଙ୍କ ଦାବିକୁ ମାନିନେଇ କଳା ଆଇନକୁ ରଦ୍ଦ କର ନଚେତ ଦେଶବ୍ୟାପୀ ଟୋଲ ଟିକସ ପ୍ରଦାନ କରିବୁ ନାହିଁ । ଏହି ଆହ୍ୱାନରେ ୧୨ ଡିସେମ୍ବର ୨୦୨୦ରେ ଦେଶବ୍ୟାପି ବିକ୍ଷୋଭକୁ ସଫଳ କରିବା ପାଇଁ ଇଚ୍ଛାପୁର- ବାଲୁଗାଁକୁ ସଂଯୋଗ କରୁଥିବା ମୂଖ୍ୟ ଜାତୀୟ ରାଜପଥ କେଶପୁର ଟୋଲ ଗେଟ୍ ସମ୍ମୁଖରେ ଟୋଲ ଟିକସ ମୁକ୍ତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ସମ୍ମୁଖରୁ ବାଇକ୍ ଶୋଭାଯାତ୍ରା ବାହାରି କେଶପୁର ଟୋଲ ଗେଟ୍ ପାଖରେ ପହଞ୍ଚିଥିଲା ଏବଂ ଶ୍ରୀହର୍ଷ ରଥଙ୍କ ନେତୃତ୍ବରେ ବହୁ କୃଷକ ବଂଧୁ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ତଙ୍କୁ ଟୋଲ ଟିକସରୁ ମୁକ୍ତ କରିଥିଲେ । ବିକ୍ଷୋଭକୁ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଭା, ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୂର ସଂଗଠନ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଓଡ଼ିଶା କୃଷକ ସଭା, ଋଷିକୂଲ୍ୟା ରୟତ ମହାସଭା ସହ ବିଭିନ୍ନ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ସାମିଲ ହୋଇଥିଲେ। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ତଥା କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ଶଙ୍କର ସାହୁ, ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ଓଡ଼ିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ହରିକୃଷ୍ଣ ରେଡ୍ଡୀ, ଏଆଇକେକେଏମଏସର ପପୁନ ସାହୁ ଓ ନାରାୟଣ ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ଋଷିକୂଲ୍ୟା ରୟତ ମହାସଭାର ବିଜୟ ସ୍ବାଇଁ ଆଦି ନେତୃତ୍ୱ ନେଇଥିଲେ। କୃଷକଙ୍କ ସ୍ବାର୍ଥ ଅପେକ୍ଷା ଆଦାନୀ ଓ ଅମ୍ବାନୀର ସ୍ବାର୍ଥ ରକ୍ଷା ନିମନ୍ତେ କୃଷି କ୍ଷେତ୍ରର କର୍ପୋରେଟୀକରଣ କରି ଚାଷ, ଚାଷୀ ଓ ଖାଉଟିର ସର୍ବାନାଶ ପାଇଁ କାର୍ଯ୍ୟ କରୁଥିବା ମୋଦି ସରକାରର ସମସ୍ତ ଜନବିରୋଧୀ ନୀତି କୁ ରୋକିବା ପାଇଁ ଆହୁରି ବ୍ୟାପକ ରଣନୀତି ପ୍ରସ୍ତୁତ ହୋଇଛି । ଜିଓରୁ ଅନ୍ୟ ନେଟୱର୍କ କୁ ପୋର୍ଟିଂ ସହ ଆଦାନୀ ଓ ଅମ୍ବାନୀର ଉତ୍ପାଦକୁ ବର୍ଜନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆସନ୍ତା ୧୪ ଦେଶବ୍ୟାପୀ ପ୍ରତିବାଦ ପାଇଁ ଆହ୍ବାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ ବୋଲି ନେତୃତ୍ୱ ମାନେ ମତପ୍ରକାଶ କରିଥିଲେ । ଦିଲ୍ଲୀର ଐତିହାସିକ କୃଷକ ସଂଘର୍ଷକୁ ସମର୍ଥନ ଜଣାଇ ଆଇଏଫଟିୟୁର ରାଜ୍ୟ ନେତା ପ୍ରତାପ ପ୍ରଧାନ, ଛାତ୍ରନେତା ଶିବାନୀ ଶଙ୍କର ମିଶ୍ର ଓ ନିମାଇଁ ଚରଣ ସାହୁ, ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ସୋମନାଥ ବେହେରା, ସିପିଆଇ ର ନୀଳକଣ୍ଠ ଦାସ, ସାମାଜିକ କର୍ମୀ ଶ୍ରୀନିବାସ ରାଓ, ନୃସିଂହ ରଥ ଆଦି ଉପସ୍ଥିତ ରହି ବିକ୍ଷୋଭ କୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here