ଅସହାୟ କର୍କଟରୋଗ ପୀଡ଼ିତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଅଶୋକ ନଗରର ନିବାସୀ ସମାଜସେବୀ କେ. ରାଜେଶ୍ୱରୀ ପାତ୍ର

0
358

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ୧୫ ନଂ ୱାର୍ଡ଼ ଅନ୍ତର୍ଗତ ଗୋପାଳରାଓ ଗୁରୁଡ଼ା ସାହିର ୪୨ ବର୍ଷିୟ ପୂର୍ଣ୍ଣଚନ୍ଦ୍ର ଦାସ ସେପ୍ଟେମ୍ବର ୨୦୧୯ ମସିହାରୁ ମୁଖ କର୍କଟରୋଗରେ ପୀଡ଼ିତ ରହିଛନ୍ତି । ସେ ବିଭିନ୍ନ ସ୍ଥାନରେ ନିଜର ଚିକିତ୍ସା କରିବା ପରେ ଉତମ ଚିକିତ୍ସା ନିମନ୍ତେ ବିଶାଖାପାଟଣାମ୍ ର ହୋମିଭାବା କେନ୍‌ସର ହସପିଟାଲ୍ ଏବଂ ରିସର୍ଚ୍ଚ ସେଟଂରରେ ଚିକିତ୍ସିତ ହେଉଥିଲେ । ସେ ପରିବାରର ଏକ ମାତ୍ର ରୋଜଗାରର ପନ୍ଥା ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ସେ ନିଜର ଜୀବିକା ହରାଇଛନ୍ତି । ଯାହା ଦ୍ୱାରା ପରିବାର ଭରଣ ପୋଷଣରେ ବହୁ ସମସ୍ୟା ସୃଷ୍ଟି ହେଉଛି । ତାଙ୍କର ପିତା, ମାତା ଓ ଦୁଇଟି ପୁତ୍ର ସନ୍ତାନ ତାଙ୍କ ଉପରେ ନିର୍ଭରଶୀଳ ରହିଥିବା ବେଳେ କର୍କଟରୋଗ ରେ ଆକ୍ରାନ୍ତ ହୋଇ ସେ ତାଙ୍କର ସମସ୍ତ ଉପାର୍ଜିତ ଧନ ହରାଇଛନ୍ତି । ବର୍ତମାନ ଅଧିକା ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ତାଙ୍କର ଅସ୍ତ୍ରପ୍ରଚାର ପାଇଁ ଏକ ଲକ୍ଷ ଟଙ୍କା ଆବଶ୍ୟକ ରହିଥିବା ବେଳେ ବର୍ତମାନ ତାଙ୍କ ନିକଟରେ କୌଣସି ପ୍ରକାର ଆର୍ଥିକ ସମ୍ଭଳ ନାହିଁ । ତେଣୁ ସେ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ବହୁ ଜଣଙ୍କୁ ନିବେଦନ କରିଥିଲେ । ଖବର ପାଇ ଯୁବ ବିଜେଡ଼ି ନେତା ତଥା ସମାଜସେବୀ ସନ୍ତୋଷ ପାତ୍ର ଏବଂ ତାଙ୍କ ମାତା କେ. ରାଜେଶ୍ୱରୀ ପାତ୍ର କର୍କଟରୋଗ ପୀଡ଼ିତା ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଅନ୍ୟ ମାନେ ମଧ୍ୟ ପୂର୍ଣ୍ଣଚନ୍ଦ୍ରଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି କେ. ରାଜେଶ୍ୱରୀ ପାତ୍ର । ଏହି ଅବସରରେ ଯୁବ ବିଜେଡ଼ି ନେତା କେ. ସନ୍ତୋଷ ପାତ୍ର, କାହ୍ନୁଚରଣ ପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here